ଜିଲ୍ଲା ବିଜେଡ଼ିର ଅଭିନବ କାର୍ଯ୍ୟକ୍ରମ, ଡାକ୍ତର ଓ ସ୍ଵାସ୍ଥ୍ୟ କର୍ମୀଙ୍କୁ କରୋନା ଯୋଦ୍ଧା ସମ୍ମାନ

ଭୁବନେଶ୍ୱର: ଡାକ୍ତର ଓ ସ୍ଵାସ୍ଥ୍ୟ କର୍ମୀଙ୍କୁ ପ୍ରଦାନ କରାଗଲା କରୋନା ଯୋଦ୍ଧା ସମ୍ମାନ । ଭୁବନେଶ୍ୱର ଜିଲ୍ଲା ବିଜେଡ଼ି ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଇଛି । ନୀଳାଦ୍ରି ବିହାର ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ବିଜେଡ଼ି ଜିଲ୍ଲା ସାଧାରଣ ସମ୍ପାଦକ ମନୋଜ କୁମାର ସାହୁଙ୍କ ନେତୃତ୍ୱରେ ଏହି କାର୍ଯକ୍ରମ କରାଯାଇଛି । କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ବିଏମସିର ଜୋନାଲ ଡେପୁଟି କମିଶନର ପୁରନ୍ଦର ନନ୍ଦ, ସମ୍ମାନିତ ଅତିଥି ଭାବେ ଚନ୍ଦ୍ରଶେଖରପୁର ଥାନା ଆଇଆଇସି ଯୁବରାଜ ସ୍ବାଇଁ ଉପସ୍ଥିତ ରହିଥିଲେ  ।

ସେହିପରି ମେଡ଼ିକାଲ ଅଫିସର ତୁସିମା ମିଶ୍ର, ହେମନ୍ତ ମହାପାତ୍ର, ସତ୍ୟ ନାରାୟଣ ମହାନ୍ତି, ରଜତ କର, ଚିତ୍ତରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ । କରୋନା ସମୟରେ ଜୀବନକୁ ବାଜି ଲଗାଇ କୋଭିଡ ଯୁଦ୍ଧରେ ଯୋଦ୍ଧା ସାଜିଥିବା ଏବଂ ଅହରହ କାମ କରୁଥିବା ସମସ୍ତ ଡାକ୍ତର,ନର୍ସ,ସ୍ବାସ୍ଥ୍ୟ କର୍ମୀ, ଆଶା କର୍ମୀଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯାଇଛି ।

Leave a Reply