spot_img

Latest Posts

ଆବଶ୍ୟକତା ଠାରୁ ଅଧିକ ଭ୍ୟାକସିନ ବୁକିଂ କଲା ଧନୀ ଦେଶ, WHO କହିଲା ଭ୍ୟାକସିନ ରାଷ୍ଟ୍ରବାଦରୁ କମିବ ନାହିଁ କରୋନା

ନୂଆଦିଲ୍ଲୀ: କରୋନାର ଭ୍ୟାକସିନ ଆସିବା ପୂର୍ବରୁ ବିଶ୍ୱର ସମସ୍ତ ଧନୀ ଧନୀ ଦେଶ ଏହାର ବୁକିଂ କରିବା ଆରମ୍ଭ କରିଦେଇଛନ୍ତି । ଆମେରିକା ଏବଂ ବ୍ରିଟେନ ଭଳି ଦେଶ ପ୍ରତି ବ୍ୟକ୍ତି ପିଛା ପାଞ୍ଚ ପାଞ୍ଚୋଟି ଡୋଜ ପ୍ରି ବୁକିଂ କରି ରଖିଛି । ଏହି ଘଟଣାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ କ୍ଷୋଭ ପ୍ରକାଶ କରିଛି । WHOର ନିର୍ଦ୍ଦେଶକ ଡା. ଟେଡ୍ରୋସ ଏଡନେମ ଗେବ୍ରେସସ କହିଛନ୍ତି ଯେ, ଭ୍ୟାକସିନ ଜାତୀୟତା ଏହି ବିଶ୍ୱ ମହାମାରୀକୁ ହ୍ରାସ କରିବ ନାହିଁ ବରଂ ଏହାକୁ ଆହୁରି ବିସ୍ତାର କରିବ।

ସୂଚନା ଅନୁଯାୟୀ ଧନୀ ଦେଶର ଜନସଂଖ୍ୟା ୧୩ ପ୍ରତିଶତ ରହିଛି, କିନ୍ତୁ ଧନୀ ଦେଶ ଗୁଡ଼ିକ ଭ୍ୟାକସିନର ୫୦ ପ୍ରତିଶତ ଅଧିକ ଡୋଜ ପ୍ରି ବୁକିଂ କରିରଖିଛି । ଭ୍ୟାକସିନକୁ ନେଇ ଧନୀ ଦେଶ ମାନଙ୍କର ଏହି ବ୍ୟବହାର ଅନ୍ୟ ଦେଶ ଗୁଡ଼ିକୁ ଭାରୀ ପଡ଼ିପାରେ ।

ବିଜନେସ ଟୁଡେର ଏକ ରିପୋର୍ଟ ମୁତାବକ ଆମେରିକା ୨୪୦୦ ମିଲିୟନ ଡୋଜ, ୟୁରୋପିୟ ସଙ୍ଘ ୨୦୬୫ ମିଲିୟନ ଡୋଜ, ବ୍ରିଟେନ ୩୮୦ ମିଲିୟନ ଡୋଜ, କାନାଡା ୩୩୮ ପ୍ରତିଶତ ଡୋଜ, ଇଣ୍ଡୋନେସିଆ ୩୨୮ ମିଲିୟନ ଡୋଜ, ଚୀନ ୩୦୦ ମିଲିୟନ ଡୋଜ ଏବଂ ଜାପାନ ୨୯୦ ମିଲିୟନ ଡୋଜ ପ୍ରି ବୁକିଂ କରିସାରିଛି । ଅନ୍ୟପଟେ ଦେଶର ଗରୀବ ଦେଶ ଗୁଡ଼ିକ ପାଇଁ ୩୨୦୦ ମିଲିୟନ ଡୋଜ ରହିଛି ।

ବର୍ତ୍ତମାନ କରୋନା ଭ୍ୟାକସିନ ଆସିବାର କୌଣସି ସଠିକ ତାରିଖ ସାମ୍ନାକୁ ଆସିନାହିଁ । କିନ୍ତୁ ଏହାପାଇଁ ବଡ଼ ବଡ଼ ଦେଶ ମାନେ କରୁଥିବା ପ୍ରସ୍ତୁତି ଗରୀବ ଦେଶ ଗୁଡ଼ିକୁ ଭାରି ପଡ଼ିପାରେ । ବିଶ୍ୱର ଯେଉଁ ବଡ଼ ବଡ଼ କମ୍ପାନୀ ଗୁଡ଼ିକ ଭ୍ୟାକସିନ ପ୍ରସ୍ତୁତ କରୁଛନ୍ତି ସେମାନେ ଏହି ଭ୍ୟାକସିନର ପ୍ରାୟ ମୂଲ୍ୟ ସ୍ଥିର କରିସାରିଛନ୍ତି ।

ମର୍ଡନାର ଭ୍ୟାକସିନ ପ୍ରତି ଡୋଜ ୨୮୦୦ ଟଙ୍କା ରହିଛି । ସେହିପରି ଫାଇଜରର ମୂଲ୍ୟ ରହିଛି ୩୦୦୦ ଟଙ୍କା, ଅକ୍ସଫୋର୍ଡର ୨୨୫ ଟଙ୍କା ଏବଂ ସିରମ ଇନଷ୍ଟିଟ୍ୟୁଟର ଭ୍ୟାକସିନ ପ୍ରାୟ ୨୪୦ ଟଙ୍କା ରହିଛି ।

Latest Posts

Don't Miss