spot_img

Latest Posts

ବୈଜ୍ଞାନିକଙ୍କ ଦାବି: ସେପ୍ଟେମ୍ବର ସୁଦ୍ଧା ପ୍ରସ୍ତୁତ ହେବ କରୋନା ଭାଇରସ ଟୀକା

ଇଂଲଣ୍ଡ: କରୋନା ଜୀବାଣୁ ଯୋଗୁଁ ସମଗ୍ର ବିଶ୍ୱରେ ମୃତ୍ୟୁ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି ମହାମାରୀ ଯୋଗୁଁ ବର୍ତ୍ତମାନ ସୁଦ୍ଧା ୧,୦୦,୦୦୦ ରୁ ଅଧିକ ଲୋକ ମୃତ୍ୟୁ ବରଣ କରିସାରିଲେଣି ।  ବୌଜ୍ଞାନିକମାନେ ଦୀର୍ଘ ଦିନ ଧରି କୋଭିଡ -୧୯  ଟିକା ଉପରେ ରିସର୍ଚ୍ଚ କରିଆସୁଛନ୍ତି। ତଥାପି, ବୈଜ୍ଞାନିକମାନେ ଏଥିରେ ସଫଳତା ଲାଭ କରିପାରିନାହାନ୍ତି । ଅକ୍ସଫୋର୍ଡ ୟୁନିଭରସିଟିର ଭ୍ୟାକ୍ସିନୋଲୋଜି ବିଭାଗର ପ୍ରଫେସର ସାରା ଗିଲବର୍ଟ ଦାବି କରିଛନ୍ତି ଯେ ତାଙ୍କ ଦଳ ଖୁବ୍ ଶୀଘ୍ର କରୋନା ଜୀବାଣୁ ଟିକା ପ୍ରସ୍ତୁତ କରିବେ।

ସାରା କହିଛନ୍ତି ଯେ ଆସନ୍ତା ୧୫ ଦିନ ମଧ୍ୟରେ ତାଙ୍କ ଦଳ ମଣିଷ ଉପରେ କରୋନା ଜୀବାଣୁ ଟିକା ପରୀକ୍ଷା କରିବେ। ଏହି ଟିକା ବିଷୟରେ ସେ ୮୦ ପ୍ରତିଶତ ଆତ୍ମବିଶ୍ୱାସୀ ଅଛନ୍ତି । ଯଦି ଏହି ପରୀକ୍ଷଣର ଫଳାଫଳ ସଫଳ ହୁଏ  ତେବେ ସରକାର ନିଶ୍ଚିତ ଭାବରେ ଏଥିପାଇଁ ପାଣ୍ଠି ପ୍ରଦାନ ଦେବେ ବୋଲି ମଧ୍ୟ ସୂଚନା ରହିଛି।  ଯଦି ସବୁ ଠିକ୍ ହୁଏ, ତେବେ ଟିକା ସେପ୍ଟେମ୍ବର ସୁଦ୍ଧା ପ୍ରସ୍ତୁତ ହୋଇପାରିବ  ।

ତଥାପି, ଯେପର୍ଯ୍ୟନ୍ତ ଏକ ଟିକା ସଫଳତାର ସହିତ ଉଦ୍ଭାବନ ହୋଇନାହିଁ , ସେ ପର୍ଯ୍ୟନ୍ତ ଲୋକଙ୍କୁ ସାମାଜିକ ଦୂରତା ଏବଂ ପୂର୍ବ ଭଳି ସୁରକ୍ଷିତ ରହିବାର ଉପାୟ ଅବଲମ୍ବନ କରିବାକୁ ପଡିବ | ପ୍ରଫେସର ସାରା କହିଛନ୍ତି ଯେ ଏହି ଟିକା ସଫଳ ହେବା ପାଇଁ ବହୁତ ଆଶା ଅଛି । ଅନେକ ପ୍ରକାରର ସୁରକ୍ଷା ପରୀକ୍ଷା ମଧ୍ୟ ଶୀଘ୍ର ଆରମ୍ଭ ହେବ ।

ସାରା କହିଛନ୍ତି ଯେ ଲକଡାଉନ୍ ହେତୁ ପରୀକ୍ଷା ପରିଚାଳନାରେ ଅନେକ ସମସ୍ୟା ଦେଖାଦେଉଛି। ଲକଡାଉମ କାରଣରୁ କରୋନା ଭାଇରସ ବିସ୍ତାର ଯଥେଷ୍ଟ ମନ୍ଥର ହୋଇଗଲା । ଯେଉଁଠାରେ ଏହାର ପ୍ରଭାବ ଦ୍ରୁତ ସେଠାରେ ଏହାର ପ୍ରଭାବ କମିଛି ।

Latest Posts

Don't Miss