ଦେଶରେ ବର୍ତ୍ତମାନ ସୁଦ୍ଧା ୯୬ଲକ୍ଷ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦିନକରେ ୩୬ ହଜାର ୬୫୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୫୧୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୬ ଲକ୍ଷ ଟପିଥିବା ବେଳେ ମୃତ୍ୟୁସଂଖ୍ୟା ଲକ୍ଷେ ୩୯ ହଜାର ୭୦୦କୁ ବୃଦ୍ଧି ହୋଇଛି । ଦେଶରେ କରୋନା ଆକ୍ଟିଭ କେସ୍ ୪ଲକ୍ଷ ୯ ହଜାର ୬୮୯ଥିବା ବେଳେ ସୁସ୍ଥ ହେଲେଣି ୯୦ଲକ୍ଷ ୫୮ ହଜାର ୮୨୨ ।

୨୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ସକ୍ରିୟ ମାମଲା ୨୦ହଜାରରୁ କମ୍ ରହିଥିବା ବେଳେ ୯ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ସକ୍ରିୟ ମାମଲା ୨୦ହଜାରରୁ ଅଧିକ ରହିଛି । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଅନୁଯାୟୀ ଦେଶରେ ଡିସେମ୍ବର ୨ ପର୍ଯ୍ୟନ୍ତ କରୋନା ଭାଇରସ୍ ପାଇଁ ମୋଟ ୧୪.୫୮ ଲକ୍ଷ ନମୁନା ପରୀକ୍ଷା ପାଇଁ ନିଆଯାଇଥିଲା, ସେଥିମଧ୍ୟରୁ ଗତକାଲି ୧୧.୫୭ ଲକ୍ଷ ନମୁନା ପରୀକ୍ଷା କରାଯାଇଥିଲା। ତେବେ ଏଥିରେ ସକରାତ୍ମକତା ହାର ସାତ ପ୍ରତିଶତ ରହିଛି ।

ସବୁଠାରୁ ଅଧିକ ସକ୍ରିୟ ମାମଲା ମହାରାଷ୍ଟ୍ରରେ ରହିଛି । ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ସପ୍ତମ ସ୍ଥାନରେ ରହିଛି । କରୋନା ସଂକ୍ରମଣ ସଂଖ୍ୟା ଅନୁସାରେ ଭାରତ ବିଶ୍ୱର ଦ୍ୱିତୀୟ ସର୍ବାଧିକ ପ୍ରଭାବିତ ଦେଶ । ଦୁନିଆର ସବୁଠୁ ଅଧିକ ଶୁସ୍ଥତା ହାର ଭାରତରେ ରହିଛି । ମୃତ୍ୟୁ ସଂଖ୍ୟାରେ ଆମେରିକା ଏବଂ ବ୍ରାଜିଲ ପରେ  ଭାରତ  ରହିଛି । ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମିତ ୧୮ଲକ୍ଷ ଟପିଥିବା ବେଳେ ମୃତ୍ୟୁସଂଖ୍ୟା ୪୭ହଜାରରୁ ଅଧିକ ରହିଛି । କର୍ଣ୍ଣାଟକରେ ୮ଲକ୍ଷରୁ ଅଧିକ ସଂକ୍ରମିତ ଥିବା ବେଳେ ତାମିଲନାଡୁରେ ମଧ୍ୟ ସଂକ୍ରମଣ ବଢିବାରେ ଲାଗିଛି ।

Leave a Reply