ତାମିଲନାଡୁରେ କରୋନାରେ ପ୍ରଥମ ମୃତ୍ୟୁ, ଦେଶରେ ମୃତ୍ୟୁ ସଂଖ୍ୟା ୧୧

ତାମିଲନାଡୁ: କରୋନା ଭାଇରସ୍‌ ଯୋଗୁଁ ଆଉଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ତାମିଲନାଡୁର କରୋନା ପାଇଁ ପ୍ରଥମ ମୃତ୍ୟୁ । ବିଶେଷ କଥା ହେଉଛି ଏହି ବ୍ୟକ୍ତି ବିଦେଶ ଯାଇ ନଥିଲେ । ମାର୍ଚ୍ଚ ୨୩ ରେ ଏହା କରୋନା ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି । ଏହା ପରେ ରାଜଜୀ ଡାକ୍ତରଖାନାରେ ଏହାର ଚିକିତ୍ସା କରାଯାଉଥିଲା। ଏହି ମୃତ୍ୟୁ ସହିତ ସାରା ଦେଶରେ କରୋନାରୁ ମୃତ୍ୟୁ ସଂଖ୍ୟା  ୧୧ କୁ ବୃଦ୍ଧି ପାଇଛି।

୩ ସପ୍ତାହ ପାଇଁ ଦେଶ ଲକ୍ ଡାଉନ୍, ମୁକାବିଲା ପାଇଁ ୧୫ ହଜାର କୋଟି ଘୋଷଣା

ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ବୁଧବାର ମଦୁରାଇର ଜଣେ ୫୪ ବର୍ଷୀୟ ବାସିନ୍ଦାଙ୍କର ମୃତ୍ୟୁ ହୋଇଛି । ସେ ଗତ ଦୁଇ ଦିନ ଧରି ରାଜଜୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ମଧ୍ୟ ସୁସ୍ଥ ହୋଇପାରିନଥିଲେ। ମଧୁମେହ ସହିତ ତାଙ୍କର ଉଚ୍ଚ ରକ୍ତଚାପ ଥିଲା । ତାଙ୍କ ସ୍ୱାସ୍ଥ୍ୟ କ୍ରମାଗତ ଭାବେ ଖରାପ ହେଉଥିଲା ଏବଂ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି ।

Leave a Reply