ଓଡ଼ିଶାରେ କରୋନା ସନ୍ଦିଗ୍ଧ, ଏସସିବିକୁ ପଠାଗଲା ରକ୍ତ ନମୁନା

ଫୁଲବାଣୀ: କନ୍ଧମାଳରେ କରୋନା ସନ୍ଦିଗ୍ଧ । ଚାଇନାରେ ଡାକ୍ତରୀ ପାଠ ପଢ଼ୁଥିବା ଜଣେ ଛାତ୍ରଙ୍କ ଠାରେ କରୋନା ଭୂତାଣୁ ଥିବା ସନ୍ଦେହ କରାଯାଉଛି । ଗତ କିଛିଦିନ ହେବା ତାଙ୍କୁ ଥଣ୍ଡା, ଜ୍ୱର ଲାଗି ରହିଛି । ଚିକିତ୍ସା ପରେ ବି ଥଣ୍ଡା ଛାଡ଼ୁନାହିଁ । କରୋନା ସନ୍ଦେହରେ ସମ୍ପୃକ୍ତ ଛାତ୍ରଙ୍କୁ ସ୍ୱତନ୍ତ୍ର ଭାବେ ଚିକିତ୍ସା କରାଯାଉଛି ।

ଛାତ୍ର ଜଣକ ଚାଇନରେ ଏମବିବିଏସ ପଢ଼ୁଛନ୍ତି । ଗତ ୧୧ ତାରିଖରେ ସେ ଚାଇନାରୁ ଘରକୁ ଆସିଛନ୍ତି । ତେବେ, ଚୀନରୁ ଆସିବା ପରେ ତାଙ୍କୁ ଥଣ୍ଡା, ଜ୍ୱର ଲାଗି ରହୁଛି । କନ୍ଧମାଳ ସିଡିଏମଓ ଘଟଣାକୁ ଗୁରୁତ୍ୱର ସହ ନେଇ ଛାତ୍ରଙ୍କ ରକ୍ତ ନମୁନା ସଂଗ୍ରହ କରି କଟକ ଏସସିବିକୁ ପଠାଇଛନ୍ତି । ସମ୍ପୃକ୍ତ ଛାତ୍ର ଜଣଙ୍କୁ ଜିଲ୍ଲା ଚିକିତ୍ସାଳୟର ଆଇସୋଲେସନ ୱାର୍ଡରେ ରଖାଯାଇଛି ।

ଚୀନର ବୁହାନରୁ ସାରା ବିଶ୍ୱକୁ କରୋନା ଭାଇରସ୍ ବ୍ୟାପିବାରେ ଲାଗିଛି । ଗତକାଲି କେରଳରେ ଦେଶର ପ୍ରଥମ କରୋନା ପଜିଟିଭି କେସ୍ ମିଳିଥିଲା । ଉକ୍ତ ଛାତ୍ର ଜଣଙ୍କ ଉହାନ ବିଶ୍ୱବିଦ୍ୟାଳୟରେ ରହି ପାଠ ପଢ଼ୁଥିଲେ । ଉକ୍ତ ଛାତ୍ରୀଙ୍କୁ ଏକ ଡାକ୍ତରୀ ଦଳ ସ୍ୱତନ୍ତ୍ର ଭାବେ ଚିକିତ୍ସା କରୁଛନ୍ତି ।

କାୟା ବିସ୍ତାର କରୁଛି ଭୟଙ୍କର କରୋନା ଭାଇରସ, ବିପଦରେ ୮ ଦେଶ

କରୋନା ସନ୍ଦେହରେ ଆଜି ଦିଲ୍ଲୀର ଆରଏମଏଲ ହସ୍ପିଟାଲରେ ୬ ଜଣଙ୍କୁ ଭର୍ତ୍ତି କରାଯାଇଛି । ମାଲେସିଆରୁ ଭୁବନେଶ୍ୱର ଫେରିଥିବା ୨ ଜଣ ବ୍ୟକ୍ତିଙ୍କ ଉପରେ ମଧ୍ୟ ନଜର ରଖାଯାଇଛି । ୨ ଜଣ ବ୍ୟକ୍ତି ଗତ ମାସରେ ଚୀନ ଯାଇଥିବା ଜଣାପଡ଼ିଛି ।

କାୟା ବିସ୍ତାର କରୁଛି ଭୟଙ୍କର କରୋନା ଭାଇରସ, ବିପଦରେ ୮ ଦେଶ

Leave a Reply