ପୋଖରୀ ମଇଳା ପାଣିରେ କରୋନ ଭଲ ହୁଏ ବୋଲି ଟିକ୍ ଟକ୍ କରୁଥିଲେ, ଧରାପଡ଼ି ଜେଲ ଗଲେ

ଏହି ସମୟରେ, ସମଗ୍ର ବିଶ୍ୱ କରୋନା ଭାଇରସରୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବାବେଳେ କିଛି ଜଣ ଏହାର ମଜାକ ବନାଉଛନ୍ତି । ଏଭଳି ସମୟରେ କିଛି ଲୋକ ଗୁଜବ ପ୍ରଚାର କରିବାରେ ନିୟୋଜିତ ଅଛନ୍ତି । ଟିକ୍ ଟକ ସାହାର୍ୟରେ କରୋନାକୁ ନେଇ ଗୁଜବ ପ୍ରଚାର କରିଛନ୍ତି । ପଞ୍ଜାବର ମୋଗା ଜିଲ୍ଲାର ଜଣେ ଜଣେ ବ୍ୟକ୍ତି ଟିକଟୋକ ଭିଡିଓ କରି ଦାବି କରିଛନ୍ତି ଯେ ତାଙ୍କ ଗାଁର ପୋଖରୀର ମଇଳା ପାଣିରେ ଗାଧୋଇବା ଦ୍ୱାରା କରୋନା ଜୀବାଣୁ ଭଲ ହୋଇଯାଆନ୍ତି।
ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରି ପାଇଁ କଟକ ଜଗତପୁରରେ ଖୋଲିବ ଅତିରିକ୍ତ କାଉଣ୍ଟର
ତାଲୱାଣ୍ଡି ଭଙ୍ଗେରିଆନ ଗ୍ରାମରେ ରହୁଥିବା ହରଦେବ ସିଂ ଛଦ୍ମନାମ ଏଭଳି ଗୁଜବ ପ୍ରଚାର କରିଛନ୍ତି ବୋଲି ଏସପି ହରିନ୍ଦର ସିଂ ପରମାର ସୂଚନା ଦେଇ କହିଛନ୍ତି । ଡେପୁଟି କମିଶନରଙ୍କ ନିର୍ଦ୍ଦେଶରେ ଏପରି ଗୁଜବକାରୀକୁ ସିଧାସଳଖ ଗିରଫ କରାଯାଇଥିଲା। ପରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା।