spot_img

Latest Posts

ଏହି ୨ ବ୍ଲଡ୍ ଗ୍ରୁପର ଲୋକଙ୍କ ପାଇଁ କରୋନା ଅଧିକ ଘାତକ

ନୂଆଦିଲ୍ଲୀ: କରୋନା ଭାଇରସର ଦ୍ୱିତୀୟ ଲହର ଦେଶରେ କରାଳ ରୂପ ଦେଖାଉଛି। ଭାରତରେ ଚିହ୍ନଟ ହୋଇଥିବା B-1617 ଭାରିଆଣ୍ଟ ଦ୍ରୁତଗତିରେ ମାଡ଼ିଚାଲିଛି। ଯାହାକି ସମଗ୍ର ବିଶ୍ୱ ପାଇଁ ହୋଇଛି ଚିନ୍ତାର କାରଣ। WHO ମଧ୍ୟ ଏ ନେଇ ଚିନ୍ତା ପ୍ରକଟ କରିଛି। ତେବେ ଏହାରି ମଧ୍ୟରେ ଏକ ନୂଆ ତଥ୍ୟ ସାମ୍ନାକୁ ଆଣିଛି କାଉଁସିଲ୍ ଅଫ ସାଇନଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ ବା CSIR । ଯେଉଁଥିରେ କୁହାଯାଇଛି ଯେ କିଛି ନିର୍ଦ୍ଧିଷ୍ଟ ବ୍ଲଡ୍ ଗ୍ରୁପର ବ୍ୟକ୍ତିଙ୍କୁ ଏହି ଡବଲ ମ୍ୟୁଟାଣ୍ଟ ଭାଇରସ୍ ସଂକ୍ରମିତ ହେବାର ଅଧିକ ଆଶଂକା ରହିଛି। ତେବେ ଆସନ୍ତୁ ଜାଣିବା କେଉଁ ବ୍ଲଡ ଗ୍ରୁପକୁ ହେଉଛି ଅଧିକ ସଂକ୍ରମଣ ।
ସିଏସଆଇଆର ରିସର୍ଚ୍ଚରୁ ଜଣା ପଡ଼ିଛି ଯେ AB ଓ B ଲୋକମାନଙ୍କୁ କରୋନା ଅଧିକ ସଂକ୍ରମଣ ହେଉଛି । ତେଣୁ ଏମାନଙ୍କୁ ଟିକେ ସତର୍କ ରହିବା ଆବଶ୍ୟକ। ରିସର୍ଚ୍ଚ ପେପରରେ ଏହା ମଧ୍ୟ କୁହାଯାଇଛି ଯେ କରୋନାରେ ସବୁଠୁ କମ ପ୍ରଭାବିତ ହୋଇଛନ୍ତି ଓ ବ୍ଲଡ୍ ଗ୍ରୁପର ଲୋକ । ଏହି ବ୍ଲଡଗ୍ରୁପର ଲୋକ ସାଧାରଣତଃ ଆସିମ୍ପଟୋମାଟିକ ନହେଲେ ଅତି କମ୍ ଲକ୍ଷଣ ସହ ପଜିଟିଭ ହୋଇଥଆନ୍ତି। ଏହି ରିପୋର୍ଟ ସାରା ଦେଶର କରୋନା ପଜିଟିଭ ବ୍ୟକ୍ତିଙ୍କୁ ନେଇ ସର୍ଭେ ହୋଇଛି।
CSIRର ରିପର୍ଟ ଦର୍ଶାଉଛି ଯେ ଶାକାହାରୀ ଲୋକଙ୍କ ତୁଳନାରେ ଆମୀଷ ଖାଉଥିବା ବ୍ୟକ୍ତିଙ୍କ କରୋନା ସଂକ୍ରମଣ ହେବାର ଅଧିକ ଆଶଂକା ରହିଛି । ଏହା ଦେଶର ପାଖାପାଖି ୧୦ ହଜାର ଲୋକଙ୍କ ନମୁନା ଉପରେ ଆଧାରିତ । ଯାହାର ବିଶ୍ଳେଷଣ କରିଛନ୍ତି ଏକ ୧୪୦ ଜଣିଆ ଡାକ୍ତରୀ ଟିମ୍ । ଏଥିରେ ଜଣାପଡ଼ିଛି ଯେ ଆମୀଷ ଖାଉଥିବା କରୋନା ରୋଗୀଙ୍କ ସଂଖ୍ୟା ଶାକାହାରୀ ରୋଗୀଙ୍କ ଅପେକ୍ଷା ଅଧିକ। ଆଉ ଏହାର କାରଣ ହେଉଛି ଶାକାହାରୀ ଖାଦ୍ୟରେ ଆମୀଷ ଅପେକ୍ଷା ରହିଛି ଅଧିକ ଫାଇବର।
ଫାଇବର ଯୁକ୍ତ ଖାଦ୍ୟ ହେଉଛି ଏକ ଆଣ୍ଟି-ଇନ୍‌ଫ୍ଲାମେଟୋରୀ, ଯାହା ଶରୀରକୁ ସଂକ୍ରମଣରୁ ରକ୍ଷା କରିଥାଏ। । CSIRର ସର୍ଭେରେ କୁହାଯାଇଛି ଯେ କରୋନା ସଂକ୍ରମିତଙ୍କ ମଧ୍ୟରେ ସବୁଠୁ ଅଧିକ ମାମଲା AB ବ୍ଲଡ ଗ୍ରୁପର ଲୋକମାନେ ଅଛନ୍ତି। ଏବଂ ଏମାନେ ଅଧିକ ଗୁରୁତର ମଧ୍ୟ ହେଉଛନ୍ତି । ଏହା ତୁଳନାରେ B ବଲ୍ଡ ଗ୍ରୁପର ଲୋକମାନେ ଟିକେ କମ୍ ସଂକ୍ରମଣ ହୋଇଛନ୍ତି । ତେବେ ସବୁଠୁ କମ୍ ସଂକ୍ରମିତ ହୋଇଛନ୍ତି O ବ୍ଲଡ୍ ଗ୍ରୁପର ଲୋକମାନେ ।

Latest Posts

Don't Miss