କରୋନା ମହାଯୁଦ୍ଧ: ୨୦୨୪ ପର୍ଯ୍ୟନ୍ତ ଚାଲିବ ସଂଘର୍ଷ ! ମହାମାରୀ ସହ ଲଢିବା ପାଇଁ ମୋଦି ସରକାରଙ୍କ ତିନି ପର୍ଯ୍ୟାୟର ରଣନୀତି

1 min read

ନୂଆଦିଲ୍ଲୀ:  ଦେଶରେ କ୍ରମାଗତ ଭାବରେ କରୋନାର ପ୍ରଭାବ ବଢିବାରେ ଲାଗିଛି । କରୋନାର ମୁକାବିଲା ପାଇଁ ମୋଦି ସରକାର ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି । ବର୍ତ୍ତମାନ କରୋନା ଭୂତାଣୁ ମହାମାରୀ ସହ ଲଢିବା ପାଇଁ ନରେନ୍ଦ୍ର ମୋଦୀ ସରକାର ତିନି ପର୍ଯ୍ୟାୟର ରଣନୀତି ପ୍ରସ୍ତୁତ କରିଛନ୍ତି।

କେନ୍ଦ୍ର କୋଭିଡ-୧୯ ବିରୋଧରେ ଲଢେଇ ପାଇଁ ରାଜ୍ୟମାନଙ୍କୁ ଏକ ପ୍ୟାକେଜ ଜାରି କରିଛି । ଏହି ପ୍ୟାକେଜର ନାମ ଏମରଜେନ୍ସି ରେସପନ୍ସ ଏବଂ ହେଲଥ ସିସଷ୍ଟମ ପ୍ରିପାରେସନ ପ୍ୟାକେଜ୍ ଦିଆଯାଇଛି । ଏହି ପ୍ୟାକେଜ୍ ଶହେ ପ୍ରତିଶତ କେନ୍ଦ୍ର ଦ୍ୱାରା ଅନୁଦାନ ରହିବ । କୋଭିଡ-୧୯ ବିରୋଧରେ ଲଢେଇ ଅଧିକ ଦିନ ଚାଲିବ ବୋଲି କେନ୍ଦ୍ର ପୂର୍ବାନୁମାନ କରିଛି । ଏହାସହ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ପଠାଯାଇଥିବା ଏହି ଚିଠି ଅନୁଯାୟୀ କରୋନା ବିରୋଧୀ ଯୁଦ୍ଧ ତିନୋଟି ପର୍ଯ୍ୟାୟରେ ଲଢାଯିବ ।

ଲକଡାଉନ୍ ହଟାଇବା ରଣନୀତି ତିଆରି କରୁଛନ୍ତି ମୋଦି ସରକାର

ପ୍ରଥମ ପର୍ଯ୍ୟାୟ – ଜାନୁଆରୀ ୨୦୨୦ରୁ ଜୁନ୍ ୨୦୨୦

ଦ୍ୱିତୀୟ ପର୍ଯ୍ୟାୟ – ଜୁଲାଇ ୨୦୨୦ ରୁ ମାର୍ଚ୍ଚ ୨୦୨୧

ତୃତୀୟ ପର୍ଯ୍ୟାୟ – ଏପ୍ରିଲ୍ ୨୦୨୧ ରୁ ମାର୍ଚ୍ଚ ୨୦୨୪

ପ୍ରଥମ ପର୍ଯ୍ୟାୟରେ, କୋଭିଡ -୧୯ ଡାକ୍ତରଖାନାର ବିକାଶ, ଆଇସୋଲେସନ ବ୍ଲକର ନିର୍ମାଣ, ଭେଣ୍ଟିଲେଟର ସୁବିଧାଥିବା ଆଇସିୟୁ ନିର୍ମାଣ, ପିପିଏ – N95 ମାସ୍କ – ଭେଣ୍ଟିଲେଟର ଉପଲବ୍ଧତା ଉପରେ ଧ୍ୟାନ ଦିଆଯିବ ।

ଏହାସହ ଲ୍ୟାବ ନେଟୱାର୍କ ଏବଂ ଡାଇଗ୍ନୋଷ୍ଟିକ୍ ସୁବିଧା ଉପରେ ଧ୍ୟାନ ଦିଆଯିବ । ଏହି ପାଣ୍ଠି ସର୍ବେକ୍ଷଣ, ମହାମାରୀ ବିରୋଧରେ ସଚେତନତା ସୃଷ୍ଟି ପାଇଁ ମଧ୍ୟ ବ୍ୟବହୃତ ହେବ । ଏବଂ ପାଣ୍ଠିର ଆଇ ଏକ ଅଂଶ ଡାକ୍ତରଖାନା, ସରକାରୀ କାର୍ଯ୍ୟାଳୟ, ଜନସାଧାରଣଙ୍କ ସୁବିଧା ଏବଂ ଆମ୍ବୁଲାନ୍ସକୁ ସଂକ୍ରମଣମୁକ୍ତ କରିବା ପାଇଁ ମଧ୍ୟ ଖର୍ଚ୍ଚ ହେବ ।

କେନ୍ଦ୍ର ଏବଂ ରାଜ୍ୟ ସହ ଅନେକ ଥର କଥାବାର୍ତ୍ତା ପରେ ଏହି ବିକଳ୍ପ ବାହାରିଛି । କୋଭିଡ -୧୯ ମହାମାରୀ ବିରୁଦ୍ଧରେ ଲଢିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱତନ୍ତ୍ର ପ୍ୟାକେଜ୍ କ୍ରମାଗତ ଭାବରେ ଦାବି କରାଯାଉଛି । ପ୍ରଧାନମନ୍ତ୍ରୀଙ୍କ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା ସମୟରେ ମଧ୍ୟ ଏହି ପ୍ରସଙ୍ଗ ଉଠିଥିଲା।

ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟରେ କ’ଣ କରାଯିବ, ତାହା ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ । କୁହାଯାଇଛି ଯେ, ଏହି ଦୁଇ ପର୍ଯ୍ୟାୟ ସେତେବେଳେର ପରିସ୍ଥିତି ଦେଖି ନିଆଯିବା ।

ବିରୋଧୀ ଦଳ ନେତାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ, ସରକାର ନେଇଥିବା ପଦକ୍ଷେପ ବାବଦରେ ଦେଲେ ସୂଚନା

Leave a Reply