spot_img

Latest Posts

ଅଧିକ ସଂକ୍ରାମକ ହୋଇପାରେ କରୋନାର ନୂଆ ଷ୍ଟ୍ରେନ୍

ନୂଆଦିଲ୍ଲୀ: ଅଧିକ ସଂକ୍ରାମକ ହୋଇପାରେ କରୋନାର ଭାରତ ଷ୍ଟ୍ରେନ୍। ମହାରାଷ୍ଟ୍ରରେ ଦେଖାଯାଇଥିବା କରୋନାର ନୁଆ ଷ୍ଟ୍ରେନ୍ ମୂଳ କରୋନା ଭୂତାଣୁ ଅପେକ୍ଷା ଅଧିକ କ୍ଷତିକାରକ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ଏମ୍‌ସ ମୁଖ୍ୟ ଡା. ରଣଦୀପ୍ ଗୁଲେରିଆ। ଏହାଛଡ଼ା ପୂର୍ବରୁ ଆକ୍ରାନ୍ତ ହୋଇଥିବା ଲୋକ ମଧ୍ୟ ଏହି ନୂଆ ଷ୍ଟ୍ରେନ୍‌ରେ ଆକ୍ରାନ୍ତ ହେବା ଆଶଙ୍କା ରହିଛି।

ମହାରାଷ୍ଟ୍ର ସମେତ କେରଳ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ପଞ୍ଜାବରେ ଏହି ଭୂତାଣୁ ଚିହ୍ନଟ ହୋଇଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ଦେଖାଯାଇଛି। ସାରାଦେଶରେ କରୋନା ଟିକାକରଣ ଜୋର୍‌ଦାର ଚାଲିଥିବା ବେଳେ ନୂଆ ଷ୍ଟ୍ରେନ୍ କୁ ନେଇ ଆତଙ୍କ ବଢ଼ିବାରେ ଲାଗିଛି । ଦେଶର ୩ କୋଟି ଫ୍ରଣ୍ଟଲାଇନ ୱାର୍କରଙ୍କୁ ପ୍ରଥମେ ଟିକା ଦିଆଯାଇଛି। ଏହାପରେ ୫୦ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଓ ଦୂରାରୋଗ୍ୟରେ ପୀଡ଼ିତ ଥିବା ୨୭କୋଟି ଲୋକଙ୍କୁ ଟିକା ଦିଆଯିବ।

ଅନ୍ୟପଟେ ଆମେରିକାରେ ଦୈନିକ ସଂକ୍ରମଣ ହାର କମୁଥିଲେ ବି ମୃତ୍ୟୁହାର କମିବା ନାଁ ଧରୁନି। କରୋନା ପାଇଁ ୨୦୨୨ ପର୍ଯ୍ୟନ୍ତ ଆମେରିକାବାସୀଙ୍କୁ କରୋନା କଟକଣା ମାନିବା ସହ ମାସ୍କ ପିନ୍ଧିବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ କହିଛନ୍ତି।

Latest Posts

Don't Miss