ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର ପାର, କେବଳ ମୁମ୍ବାଇରେ ୧୮ ହଜାରରୁ ଅଧିକ ମାମଲା

1 min read

ମହାରାଷ୍ଟ୍ର: ଦେଶରେ କରୋନାଭାଇରସ୍ ସଂକ୍ରମଣ ବୃଦ୍ଧି ମାମଲାରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ରରେ ଶୁକ୍ରବାର ଦିନ କୋଭିଡ -୧୯ର ୧୦୬୦ଟି ନୂଆ ମାମଲା ସାମ୍ନାକୁ ଆସିଛି । ଏଥି ସହିତ ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାରକୁ ବୃଦ୍ଧି ପାଇଛି । ବର୍ତ୍ତମାନ ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୩୦୭୦୬ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ଏହି ଭାଇରସ ସଂକ୍ରମଣ ହେତୁ ୬୭ ଜଣଙ୍କର ମୃତ୍ୟୁ ଘଟିଛି, ଏଥିସହ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୧୩୫ କୁ ବୃଦ୍ଧି ପାଇଛି । ଏହା କ୍ରମାଗତ ତୃତୀୟ ଦିନ ଯେତେବେଳେ ରାଜ୍ୟରେ ୧୫୦୦ ରୁ ଅଧିକ କରୋନା ମାମଲା ରୁଜୁ ହୋଇଛି ।

ଯଦି କେବଳ ମୁମ୍ବାଇ କଥା କହିବା ତାହାହେଲେ ଏହି ମହାନଗରରେ ମୋଟ୍ ୧୮୫୫୫ କରୋନା ସଂକ୍ରମିତ ହୋଇଛନ୍ତି ଅନ୍ୟପଟେ ଏଥି ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କ ସଂଖ୍ୟା ୬୯୬ କୁ ବୃଦ୍ଧି ପାଇଛି ।

ମୁମ୍ବାଇର ଧାରାୱୀରେ ବିଗତ ୨୪ ଘଣ୍ଟା ମଧ୍ୟରେ ୫୩ଟି ନୂଆ ମାମଲା ସାମ୍ନାକୁ ଅସିଛି ।ୱ ଏଥି ସହିତ ସଂକ୍ରମିତଙ୍କ ସଂଖ୍ୟା ୧୧୯୮ ହୋଇଯାଇଛି । ସେହିପରି ୨୪ ଗତ ଘଣ୍ଟା ମଧ୍ୟରେ କୌଣସି ସଂକ୍ରମିତଙ୍କ ମୃତ୍ୟୁ ଖବର ଆସିନାହିଁ ଏବଂ ମୃତ୍ୟୁ ସଂଖ୍ୟା ୫୩ରେ ସ୍ଥିତ ରହିଛି ।

 

Leave a Reply