spot_img

Latest Posts

ରାସ୍ତା ଭୁଲିଗଲେ ଡ୍ରାଇଭର, ଗୋରଖପୁର ବଦଳରେ ଟ୍ରେନ୍‌ ପହଞ୍ଚିଲା ରାଉରକେଲାରେ

ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍‌ ମୁମ୍ବାଇରୁ ଗୋରଖପୁରକୁ ଯାଉଥିବା ବେଳେ ତାହା ଓଡିଶାର ରାଉରକେଲାରେ ପହଞ୍ଚିଥିଲା । ଏନେଇ ଏକ ମାମଲା ସାମ୍ନାକୁ ଆସିଥିଲା । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସ ନେତା ଆରପିଏନ୍‌ ସିଂ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରି ଲେଖିଛନ୍ତି ଯେ, ମୁମ୍ବାଇରୁ ଗୋରଖପୁର ଅଭିମୁଖେ ଯାଇଥିବା ଶ୍ରମିକ ସ୍ପେଶାଲ ଟ୍ରେନ ଓଡ଼ିଶାର ରାଉରକେଲାରେ ପହଞ୍ଚିଛି, କାରଣ ଡ୍ରାଇଭର ରାସ୍ତା ଭୁଲି ଯାଇଥିଲା । ବର୍ତ୍ତମାନ ଏହି ପ୍ରସଙ୍ଗରେ ରେଳବାଇ ପକ୍ଷରୁ ସଫେଇ ଦିଆଯାଇଛି । ରେଳ ବୋର୍ଡର ଚେୟାରମ୍ୟାନ୍ କହିଛନ୍ତି ଯେ, କିଛି ଟ୍ରେନ୍‌କୁ ଭିନ୍ନ ଦିଗରେ ଛଡ଼ାଯାଇଥିଲା । କାରଣ ରୁଟ୍‌ରେ ଅଧିକ ଜାମ୍‌ ରହିଥିଲା ।

ସେୟାର ହୋଇଥିବା ଭିଡିଓରେ ଜଣେ ଯାତ୍ରୀ କହୁଛନ୍ତି ଯେ, ଆମେ ୟୁପିର ଗୋରଖପୁର ଯିବା ପାଇଁ ମୁମ୍ବାଇରୁ ଟ୍ରେନ୍‌ରେ ଚଢ଼ିଥିଲୁ କିନ୍ତୁ ଆମକୁ ଆଣି ଓଡ଼ିଶାରେ ଛିଡ଼ା କରିଛନ୍ତି । ଏବେ ଆମେ କିପରି ଯିବୁ ? ଆମେ କ’ଣ କରିବୁ, ଆମେ ବହୁତ ଅସୁବିଧାରେ ପଡ଼ିଛୁ ବୋଲି କହିଛନ୍ତି ଯାତ୍ରୀ ଜଣକ । ଟ୍ରେନ୍‌ ଡ୍ରାଇଭର ରାସ୍ତା ଭୁଲିଗଲା । ଟ୍ୱିଟରରେ ଏହି ଘଟଣାକୁ ନେଇ ଅନେକ ଟ୍ରୋଲ୍‌ କରାଯାଇଛି ।

ରେଳ ବିଭାଗର ସଫେଇ
ରେଳ ବୋର୍ଡ ଅଧ୍ୟକ୍ଷ ବିନୋଦ କୁମାର ଯାଦବ କହିଛନ୍ତି ଯେ, ଉତ୍ତରପ୍ରଦେଶ ଏବଂ ବିହାର ଆଡ଼କୁ ଅଧିକ ସଂଖ୍ୟକ ଟ୍ରେନ୍ ଯାଉଛି । ଯାହା ଫଳରେ ଏହି ମାର୍ଗରେ ଅଧିକ ଜାମ୍‌ ରହୁଛି । ଏମିତି ପରିସ୍ଥିତିରେ ଆମେ ଅନ୍ୟ ଏକ ମାର୍ଗ ଦେଇ କିଛି ଟ୍ରେନ୍ ନେବାକୁ ସ୍ଥିର କରିଛୁ ଏବଂ ଏଭଳି ସାଧାରଣତଃ କରାଯାଇଥାଏ ।

ସେ ଆହୁରି କହିଛନ୍ତି, ଏହି ରୁଟ୍‌ ଗୁଡ଼ିକରେ ଅଧିକ ଟ୍ରାଫିକ୍‌ ଜାମ୍‌ ରହିଥାଏ । ତେଣୁ ଅଧିକ ସମୟ ଧରି ଠିଆ ହେବା ଅପେକ୍ଷା ଳମ୍ବା ରୁଟ୍‌ ଦେଇ ଶିଘ୍ର ପହଞ୍ଚିଯିବା ଭଲ । ରେଳ ବିଭାଗର ଏଭଳି ପ୍ରୋଟୋକଲ୍ ମଧ୍ୟ ରହିଛି । କିଛି ଟ୍ରେନ୍‌ ରୁଟ୍‌ ବଦଳାଯାଇଛି । କାରଣ ଯଦି ସମାନ ମାର୍ଗରେ ଟ୍ରେନ୍ ଚଳାଇବା ଜାରି ରଖାଯାଏ, ତେବେ କୌଣସି ଟ୍ରେନ୍ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବ ନାହିଁ ।

ବିନୋଦ କୁମାର ଯାଦବ କହିଛନ୍ତି ଯେ ସେଥିପାଇଁ ଆମେ ସେହି ଟ୍ରେନକୁ ଅନ୍ୟ ରୁଟ୍‌ରେ ପଠାଇଛୁ । ଏହା ଏକ ସାଧାରଣ ପଦ୍ଧତି, ଯାହା ସାଧାରଣ ଦିନରେ ମଧ୍ୟ ଗ୍ରହଣ କରାଯାଇଥାଏ । ସେ କହିଛନ୍ତି ଯେ ଏହା ଲମ୍ବା ରୁଟ୍‌ ସତ କିନ୍ତୁ ଟ୍ରେନ୍ ନିଶ୍ଚିତ ଭାବରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବ ଏବଂ ଯାତ୍ରୀଙ୍କୁ ପହଞ୍ଚାଇବ ।

Latest Posts

Don't Miss