spot_img

Latest Posts

ଭାରତରେ ବଢ଼ିବାରେ ଲାଗିଛି କରୋନା ଭୟାବହତା, ସଂକ୍ରମିତଙ୍କ ସଂଖ୍ୟା ୨୫୬କୁ ବୃଦ୍ଧି

ନୂଆଦିଲ୍ଲୀ: କରୋନାକୁ ନେଇ ସମଗ୍ର ଦେଶରେ ଅସନ୍ତୋଷ ଦେଖାଦେଇଛି । ସମସ୍ତ ସରକାର ସାଧାରଣ ଲୋକଙ୍କୁ ସାମାଜିକ ଦୂରତା ବଜାୟ ରଖିବାକୁ କହୁଛନ୍ତି । ଏଥି ସହ ବଲିଉଡ ଗାୟକ କନିକା କପୁରଙ୍କ ଅବହେଳା ମାମଲା ସାମ୍ନାକୁ ଆସିଛି । ଏହା ପରେ ଶୁକ୍ରବାର ଦିନ ସରୋଜିନୀ ନାଗର ପୋଲିସ ଷ୍ଟେସନରେ କନିକା କପୁରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

କରୋନା ମୁକାବିଲା ପାଇଁ ଏକାଠି ହେଲେ କେନ୍ଦ୍ର ଓ ରାଜ୍ୟ, ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ପ୍ରଶଂସା

ଦେଶର ବିଭିନ୍ନ ସ୍ଥାନରେ କରୋନା ଭାଇରସ ସଂକ୍ରମଣର ୫୦ ଟି ନୂଆ ଖବର ପ୍ରକାଶ ପାଇବା ପରେ ଶୁକ୍ରବାର ସନ୍ଧ୍ୟାରେ ମୋଟ ସଂଖ୍ୟା ୨୫୦ ରେ ପହଞ୍ଚିଛି । ଶନିବାର ସକାଳେ ଏହି ସଂଖ୍ୟା ୨୫୬ କୁ ବୃଦ୍ଧି ପାଇଛି | ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସୁଥିବା ୬,୭୦୦ ରୁ ଅଧିକ ଲୋକଙ୍କୁ କଡା ନଜରରେ ରଖାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି ।

କରୋନା ପାଇଁ ବିବାହା ମଣ୍ଡପରେ ଚଢ଼ାଉ, ମଣ୍ଡପ ମାଲିକକୁ ଥାନାରେ ଅଟକ

ମନ୍ତ୍ରଣାଳୟ କହିଛି ଯେ ଦେଶରେ କରୋନା ଜୀବାଣୁ ସଂକ୍ରମିତ ହୋଇଥିବା ୩୨ ଜଣ ବିଦେଶୀ ଅଛନ୍ତି, ସେମାନଙ୍କ ମଧ୍ୟରେ ୧୭ ଜଣ ଇଟାଲୀୟ, ଫିଲିପାଇନ୍ସର ତିନିଜଣ, ବ୍ରିଟେନର ଦୁଇଜଣ ଏବଂ କାନାଡା, ଇଣ୍ଡୋନେସିଆ ଏବଂ ସିଙ୍ଗାପୁରର ଜଣେ। ଏଥିମଧ୍ୟରେ ଦିଲ୍ଲୀ, କର୍ଣ୍ଣାଟକ, ପଞ୍ଜାବ ଏବଂ ମହାରାଷ୍ଟ୍ରରେ ପାଞ୍ଚଟି ମୃତ୍ୟୁ ଘଟିଛି ।

Latest Posts

Don't Miss