ଦେଶରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୨ ଲକ୍ଷ ୫୧ ହଜାର ୨୦୯ ଆକ୍ରାନ୍ତ ଚିହ୍ନଟ
1 min readନୂଆଦିଲ୍ଲୀ: ଦେଶରେ ଖସୁଛି କରୋନା ଗ୍ରାଫ୍ । ଦେଶରେ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୫୧ ହଜାର ୨୦୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ଦେଶରେ ୬୨୭ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ଦେଶରେ ବର୍ତ୍ତମାନ ଦୈନିକ ପଜିଟିଭ ହାର ୧୫.୮୮ ପ୍ରତିଶତ ରହିଛି । ସେହିପରି ଭାବରେ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୪୭ ହଜାର ୪୪୩ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।
India reports 2,51,209 new #COVID19 cases, 627 deaths and 3,47,443 recoveries in the last 24 hours
Active case: 21,05,611 (5.18%)
Daily positivity rate: 15.88%Total Vaccination : 1,64,44,73,216 pic.twitter.com/vz7DhaPdvz
— ANI (@ANI) January 28, 2022
ଦେଶରେ ଗୁରୁବାର ୨ ଲକ୍ଷ ୮୬ ହଜାର ୩୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କିନ୍ତୁ ଆଜି ଏହି ସଂଖ୍ୟାରେ ହ୍ରାସ ପାଇଛି । ଆଜି ଦେଶରେ ୨ ଲକ୍ଷ ୫୧ ହଜାର ୨୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ଟିଭ୍ କେସ୍ କଥା ଯଦି କହିବା ତାହାଲେ ବର୍ତ୍ତମାନ ଆକ୍ଟିଭ୍ କେସ୍ ସଂଖ୍ୟା ୨୧ ଲକ୍ଷ ୦୫ ହଜାର ୬୧୧ ରହିଛି । ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେରଳରେ ସର୍ବାଧିକ କେସ୍ ଚିହ୍ନଟ ହୋଇଛି । କେରଳରେ ୫୧ ହଜାର ୭୩୯ କେସ୍ ଚିହ୍ନଟ ହୋଇଛି । ସେହିପରି କର୍ଣ୍ଣାଟକରେ ୩୮ ହଜାର ୦୮୩, ତାମିଲନାଡୁରେ ୨୮ ହଜାର ୫୧୫, ମହାରାଷ୍ଟ୍ରରେ ୨୫ ହଜାର ୪୨୫, ଗୁଜୁରାଟରେ ୧୨ ହଜାର ୯୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।