ଦେଶରେ କମୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୧ ଲକ୍ଷ ୬୧ ହଜାର ୩୮୬ ଆକ୍ରାନ୍ତ ଚିହ୍ନଟ
1 min readନୂଆଦିଲ୍ଲୀ: ଦେଶରେ ଧିରେ ଧିରେ ଖସୁଛି କରୋନା ଗ୍ରାଫ୍ । ଦୁଇ ଲକ୍ଷ ତଳେ ରହିଛି କରୋନା ସଂକ୍ରମଣ । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି କିନ୍ତୁ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ । ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୬୧ ହଜାର ୩୮୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ଦେଶରେ ୧୭୩୩ ଜଣଙ୍କ ଜୀବନ ନେଇଛି କିଲର ଭାଇରସ୍ । ଦେଶରେ ବର୍ତ୍ତମାନ ଦୈନିକ ପଜିଟିଭ ହାର ୯.୨୬ ପ୍ରତିଶତ ରହିଛି । ସେହିପରି ଭାବରେ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୮୧ ହଜାର ୧୦୯ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।
India reports 1,61,386 fresh COVID cases and 2,81,109 recoveries in the last 24 hours
Active cases: 16,21,603
Total recoveries: 3,95,11,307
Daily positivity rate: 9.26%Total vaccination: 167.29 crore pic.twitter.com/QD2jptRtG4
— ANI (@ANI) February 2, 2022
ଦେଶରେ ମଙ୍ଗଳବାର ୧ ଲକ୍ଷ ୬୭ ହଜାର ୦୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କିନ୍ତୁ ଆଜି ଏହି ସଂଖ୍ୟାରେ ହ୍ରାସ ପାଇଛି । କିଛି ଦିନ ଦେଶରେ କରୋନା ସଂକ୍ରମଣ ଦୁଇ ଲକ୍ଷ ଉପରେ ରହିଥିବାବେଳେ କରୋନା ଆକ୍ରାନ୍ତଙ୍କ ହ୍ରାସ ପାଇଛି । ଆଜି ଦେଶରେ ୧ ଲକ୍ଷ ୬୧ ହଜାର ୩୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ଟିଭ୍ କେସ୍ କଥା ଯଦି କହିବା ତାହାଲେ ବର୍ତ୍ତମାନ ଭାରତରେ ଆକ୍ଟିଭ୍ କେସ୍ ସଂଖ୍ୟା ୧୬ ଲକ୍ଷ ୨୧ ହଜାର ୬୦୩ ରହିଛି ।