ଲକଡାଉନକୁ ମାନୁନଥିଲେ କିନ୍ତୁ ନକଲି କରୋନା ସଂକ୍ରମିତଙ୍କୁ ଦେଖି ସବୁ ବାହାଦୁରୀ ଉଡିଗଲା…

1 min read

ଚେନ୍ନାଇ: ସାରା ବିଶ୍ୱରେ ଅଦୃଶ୍ୟ ଭାଇରସ୍‌ର ଭୟ ଲାଗିରହିଛି । ପ୍ରତିଟି ମୁହୂର୍ତ୍ତରେ ମଣିଷ ସମାଜ ସଂଘର୍ଷ କରୁଛି ଭୟଙ୍କର ଭାଇରସ ସହ। ଯୁଦ୍ଧ ଚାଲିଛି ମଣିଷ ଏବଂ କରୋନା ମଧ୍ୟରେ । ଆଉ ତାରି ଭିତରେ କରୋନା ଯୁଦ୍ଧକୁ ଜିତିବା ପାଇଁ ସାରା ଦେଶକୁ ଲକଡାଉନ କରାଯାଇଛି । ଲୋକଙ୍କୁ ଘରେ ରହିବାକୁ ଏବଂ ସାମାଜିକ ଦୂରତା ବଜାୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ଆବଶ୍ୟକ କାମ ପାଇଁ ଘରୁ ବାହାରକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ସତ୍ତ୍ୱେ ଲୋକମାନେ ଜରୁରୀ କାର୍ଯ୍ୟ ନଥାଇ ମଧ୍ୟ ଘରୁ ବାହାରକୁ ଯାଉଛନ୍ତି । ବିନା କାମରେ ଗୋଟିଏ ଗାଡ଼ିରେ ତିନି ତିନି ଜଣ ଏଣେତେଣେ ବୁଲୁଛନ୍ତି । କରୋନା ଭାଇରସ ରୋକିବା ପାଇଁ ମାସ୍କ, ରୁମାଲ, ଗାମୁଛା ଇତ୍ୟାଦି ମଧ୍ୟ ପାଟିରେ ଘୋଡାଇବାକୁ ପରାମର୍ଶ ଦିଆଯାଇଛି । ଯଦିଓ ଅନେକ ଲୋକ ଏହି ନିର୍ଦ୍ଦେଶନାମା ଅନୁସରଣ କରୁନାହାଁନ୍ତି  । ଏଭଳି ପରିସ୍ଥିତିରେ ତାମିଲନାଡୁର ତିରୁପୁର ପୋଲିସ ଲୋକଙ୍କୁ ସଚେତନ କରାଇବା ପାଇଁ ଏକ ଭିନ୍ନ ପଦ୍ଧତି ଗ୍ରହଣ କରିଛି ।

https://www.facebook.com/nandighoshatv/videos/2590886174520384/

ତିରୁପୁରର କିଛି ଯୁବକ ବିନା ମାସ୍କରେ ବାଇକରେ ବୁଲୁଥିଲେ  । ଏହି ସମୟରେ ପୋଲିସ ସେମାନଙ୍କୁ ଧରି ଉଚିତ ଶିକ୍ଷା ଦେଇଛି । ପୋଲିସ ଯୁବକଙ୍କୁ ଧରି  ଏକ ଆମ୍ବୁଲାନ୍ସରେ ଭର୍ତ୍ତି କରିଥିଲା । ଏବଂ ସେହି ଯୁବକ ମାନଙ୍କୁ କହିଥିଲା କି ଏହି ଆମ୍ବୁଲାନ୍ସରେ ଜଣେ କୋଭିଡ-19 ରୋଗୀ ଅଛନ୍ତି । ଏହା ପରେ ଯୁବକ ମାନଙ୍କର ଅବସ୍ଥା ପୁରା ସଙ୍ଘାତିକ ହୋଇଥିଲା । ଯୁବକମାନେ ଭୟରେ ସେ ଆମ୍ବୁଲାନ୍ସ ଭିତରୁ ଝରକା ପରେ ବାହାରକୁ ବାହାରିବାକୁ ଲାଗିଥିଲେ । କିନ୍ତୁ ଆମେ ଆପଣକୁ କହିରଖୁଛୁଯେ ଏହି ଆମ୍ବୁଲାନ୍ସରେ କୌଣସି କରୋନା ସଂକ୍ରମଣ ବ୍ୟକ୍ତି ନଥିଲେ । କେବଳ ବାଳୁଙ୍ଗା ଯୁବକଙ୍କୁ  ଉଚିତ ଶିକ୍ଷା ଦେବା ପାଇଁ ଏହା ଥିଲା ପୋଲିସ ପକ୍ଷରୁ ପ୍ରୟାସ ।

ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଭିଡିଓରେ ଦେଖାଯାଉଛି ଯେ ଜଣେ ବ୍ୟକ୍ତି ଆମ୍ବୁଲାନ୍ସରେ ଅଛନ୍ତି ଏବଂ ସମସ୍ତ ଯୁବକ ତାଙ୍କୁ କରୋନା ରୋଗୀ ଭାବୁଛନ୍ତି । ଯେଉଁଥିପାଇଁ ଯୁବକମାନେ ନର୍ଭସ ହୋଇ ଆମ୍ବୁଲାନ୍ସରୁ ବାହାରକୁ ଯିବାକୁ ଚେଷ୍ଟା କରୁଛନ୍ତି । ଜଣେ ଯୁବକ ଆମ୍ବୁଲାନ୍ସର ଝରକା ବାହାରକୁ ଚାଲିଯାଉଛନ୍ତି କିନ୍ତୁ ବାକି ଯୁବକମାନେ ଆମ୍ବୁଲାନ୍ସରେ ରହି ବାହାରକୁ ଯିବାକୁ ଚେଷ୍ଟା କରୁଛନ୍ତି । ଭିଡିଓ ଶେଷରେ ଜଣେ ମହିଳା ପୋଲିସ ଅଧିକାରୀ ମଧ୍ୟ ଏହା ପଛରେ ଥିବା ଉଦ୍ଦେଶ୍ୟ ଦର୍ଶାଇଛନ୍ତି  ।

Leave a Reply