କରୋନା ଆତଙ୍କ : ଏହି ଜିଲ୍ଲାରେ ୧୧ ଦିନ ପାଇଁ ଲକଡାଉନ୍

ମୁମ୍ବାଇ: କରୋନାର ଦ୍ୱିତୀୟ ଲହରି ଦେଶକୁ ଡରାଇବାରେ ଲାଗିଛି । ମହାରାଷ୍ଟ୍ରରେ ପୁଣି କରୋନା ସଂକ୍ରମଣ ଗତବର୍ଷ ଭଳି ଆତଙ୍କଜନକ ପରିସ୍ଥିତି ସୃଷ୍ଟି କରିବାରେ ଲାଗିଛି । ନାଇଟ୍ କର୍ଫ୍ୟୁ ପରେ ଏବେ ମହାରାଷ୍ଟ୍ର ସରକାର ନାନ୍ଦେଡ ଜିଲ୍ଲାରେ ୧୧ ଦିନ ପାଇଁ ଲକଡାଉନ୍ ଲାଗୁ କରିଛନ୍ତି । ମାର୍ଚ୍ଚ ୨୫ ତାରିଖରୁ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ସଂପୂର୍ଣ୍ଣ ନାନ୍ଦେଡ ଜିଲ୍ଲା ଲକଡାଉନ୍ ଭିତରେ ରହିବ ।

ମହାରାଷ୍ଟ୍ରର ଅନେକ ଜିଲ୍ଲା ଓ ସହରରେ ରାତ୍ରୀ କର୍ଫ୍ୟୁ ସହିତ ଶକ୍ତ କଟକଣା ଲାଗୁ ହୋଇଛି । ଏହାମଧ୍ୟରେ ନାନ୍ଦେଡ୍ ଜିଲ୍ଲାପାଳ ବୁଧବାର ଦିନ ଆସନ୍ତାକାଲିଠାରୁ ୧୧ ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ, ନାନ୍ଦେଡରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୩୦ରେ ପହଂଚିଥିବା ବେଳେ ୧୦ ଜଣଙ୍କ ମୃତ୍ୟୁ ହୋଇ ସାରିଛି । ଏହା ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି ଯେ, ଦେଶର ୧୦ ଟି ଜିଲ୍ଲାରେ କରୋନା ସଂକ୍ରମଣ ସ୍ଥିତି ଗମ୍ଭୀର ରହିଛି । ଏହି ୧୦ ଜିଲ୍ଲା ମଧ୍ୟରୁ ୯ଟି ମହାରାଷ୍ଟ୍ରରେ ଥିବାବେଳେ ଗୋଟିଏ କର୍ଣ୍ଣାଟକର ।

ଦେଶରେ ମୋଟ ୩୬୮୪୫୭ ସକ୍ରୀୟ କରୋନା ମାମଲା ଥିବା ବେଳେ କେବଳ ମହାରାଷ୍ଟ୍ରରେ ଏହି ସଂଖ୍ୟା ହେଉଛି ୨୮,୬୯୯ । ଅନ୍ୟପକ୍ଷରେ ପଂଜାବରେ ୨ ହଜାରରୁ ଅଧିକ ସକ୍ରୀୟ ମାମଲା ସାମ୍ନାକୁ ଆସିଛି ।

Leave a Reply