ଆତଙ୍କ ରଚୁଛି କରୋନା, ଆଜି ଦେଶରୁ ସର୍ବାଧିକ ପଜିଟିଭ

ନୂଆଦିଲ୍ଲୀ: ଦେଶରେ ପୁଣି ଆତଙ୍କ ରଚାଇଲାଣି କରୋନା । ନିୟନ୍ତ୍ରଣର ବାହାରକୁ ଗଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରଥର ଥର ପାଇଁ ୨୪ ଘଣ୍ଟାରେ ଏକ ଲକ୍ଷ ଅତିକ୍ରମ କଲାଣି କରୋନା କେସ । ସୋମବାର ଦେଶରୁ ଚିହ୍ନଟ ହୋଇଥିବା କୋଭିଡ ସଂକ୍ରମଣ ମାମଲା ୧ ଲକ୍ଷ ଅତିକ୍ରମ କରିଛି ଅର୍ଥାତ ଗତ ୨୪ ଘଣ୍ଟାରେ ୧ ଲକ୍ଷ ୩୦ ହଜାର ନୂଆ ମାମଲା ସାମ୍ନାକୁ ଆସିଛି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଜାରି କରିନଥିବା ବେଳେ ପ୍ରତ୍ୟେକ ରାଜ୍ୟର କରୋନା କେସରୁ ଏହି ତଥ୍ୟ ଜଣାପଡିଛି । ଗତବର୍ଷ ସେପ୍ଟେମ୍ବର ମାସରେ ସର୍ବାଧିକ କରୋନା କେସ ଚିହ୍ନଟ ହୋଇଥିଲା । ୯୭ ହଜାର ୮୯୪ଟି କେସ ସେପ୍ଟେମ୍ବର ମାସରେ ଚିହ୍ନଟ ହୋଇଥିବାବେଳେ ଆଜିର ସଂକ୍ରମଣ ରେକର୍ଡ ସଂଖ୍ୟକ ବୋଲି ଜଣାପଡିଛି ।

ନୂଆ ସଂକ୍ରମିତଙ୍କ ତାଲିକାରେ ମହାରାଷ୍ଟ୍ରର କେସ ସବୁଠାରୁ ଉର୍ଦ୍ଧ୍ବରେ ରହିଛି । ଗୋଟିଏ ଦିନରେ ମହାରାଷ୍ଟ୍ରରୁ ୫୭ ହଜାରରୁ ଅଧିକ କୋଭିଡ ମାମଲା ସାମ୍ନାକୁ ଆସିଛି । ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ମହାରାଷ୍ଟ୍ରରେ ଅଧିକ ରହିଛି । ତଥ୍ୟ ଅନୁଯାୟୀ ୨୨୨ ଜଣ କରୋନା ପଜିଟିଭଙ୍କ ମୃତ୍ୟୁ ଘଟିଛି ।

Leave a Reply