ଘରେ ଲକଡାଉନରେ ରହି ମାନସିକ ଚାପରେ ଅଛନ୍ତି କି ? କରନ୍ତୁ ଏହି ସବୁ କାର୍ଯ୍ୟ

ପୂରା ବିଶ୍ୱରେ ବର୍ତ୍ତମାନ ସାଢେ ୩ଲକ୍ଷରୁ ଅଧିକ ଲୋକ କରୋନା ଭୂତାଣୁର ଶୀକାର ହୋଇଛନ୍ତି । ଭାରତରେ ମଧ୍ୟ କରୋନା ସଂକ୍ରମଣ ବଢି ୫ଶହ ଟପିଛି । ଏହି ଭୂତାଣୁ ଡରରେ ସବୁ ସ୍କୁଲ, କଲେଜ ଏବଂ ବିଭିନ୍ନ କାର୍ଯ୍ୟାନୁଷ୍ଠନ ବନ୍ଦ ହୋଇଯାଇଛି । ସରକାର ଲକ୍ ଡାଉନରେ ରହିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଯାହା ଫଳରେ ଜନସାଧାରଣ ଘରେ ରହିବାକୁ ବାଧ୍ୟ ହୋଇଛନ୍ତି । ତେବେ ସବୁ ବେଳେ ଘରେ ରହିବା କାରଣରୁ କେତେ ଲୋକଙ୍କଠାରେ ମାନସିକ ଚାପର ସମସ୍ୟା ବଢିବାର ସମ୍ଭାବନା ରହିଛି । ତେବେ ଏହି ସମସ୍ୟାକୁ ଦୂର କରିବାକୁ ଆସନ୍ତୁ ଜାଣିବା କିଛି ଟିପ୍ସ୍

  • ଯଦି ଆପଣ ଘରେ ରହି ବୋର ହେଉଛନ୍ତି କିମ୍ବା ଆପଣ ଷ୍ଟ୍ରେସରେ ରହୁଛନ୍ତି ତେବେ ଆପଣ ମ୍ୟୁଜିକ୍ ଶୁଣି ପାରିବେ, କୌଣସି ବହି ପଢିପାରିବେ କିମ୍ବା ଚିତ୍ର ମଧ୍ୟ ଆଙ୍କିପାରିବେ ।
  • ସକାଳ ସମୟରେ ଚାଲନ୍ତୁ ବା ମର୍ଣ୍ଣିଂ ୱାକ କରନ୍ତୁ । ଖୋଲା ପବନରେ ବିଚରଣ କରିବା ଦ୍ୱାରା ଆପଣଙ୍କ ମାନସିକ ଅବସ୍ଥା ସ୍ଥିର ରହିବ ।
  • ଘରେ ଏକା ରହୁଥିଲେ ଆପଣ ଆପଣଙ୍କ ସାଙ୍ଗମାନଙ୍କ ସହ ଭିଡ଼ିଓ କନଫରେନ୍ସିଂ ଜରିଆରେ କଥା ହୋଇପାରିବେ । ଯାହା ଆପଣଙ୍କ ମୁଡ୍ କୁ ଭଲ ରଖିବ ।
  • ଏହାସହ ଆପଣ ଖାଲି ସମୟରେ ବ୍ୟାୟମ କରିପାରିବେ । ଯାହା ଆପଣଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରିବ ।
  • କୁହାଯାଏ କି ଆପଣ ଯେଉଁପ୍ରକାର ଖାଦ୍ୟ ଖାଇବେ ଆପଣଙ୍କ ସ୍ୱଭାବ ମଧ୍ୟ ସେହି ପ୍ରକାର ହେବ । ତେଣୁ ଆପଣ ସବୁ ବେଳେ ସୁସ୍ଥ ଖାଦ୍ୟ ଖାଆନ୍ତୁ ।
  • ବ୍ୟସ୍ତ ବହୁଳ ଜୀବନରେ ଆମେ ଦେହକୁ ରେଷ୍ଟ୍ ଦେବାରେ ହେଳା କରିଥାଉ । ଏବଂ ଯେତେ ନିଦ ଲାଗୁଥିଲେ ବି ଆମେ ଅଧା ନିଦରୁ ଉଠି କାର୍ଯ୍ୟସ୍ଥଳକୁ ବାହାରି ଯାଇଥାଉ ଯାହା ଫଳରେ ଆମେ ବହୁ ପ୍ରକାର ଶାରୀରିକ ଓ ମାନସିକ ରୋଗର ଶୀକାର ହେଉ । ତେବେ ଏହି ସମୟରେ ଆପଣ ଆପଣଙ୍କୁ ନିଦ ପୂରା କରିପାରିବେ ।

Leave a Reply