spot_img

Latest Posts

ଖୁବ୍ ଶୀଘ୍ର ଭାରତରେ ହେବ ଭ୍ୟାକ୍ସିନ୍ ପରୀକ୍ଷା, ବୈଜ୍ଞାନିକ ଦଳକୁ ମିଳିଲା ସଫଳତା

ନୂଆଦିଲ୍ଲୀ: ଭ୍ୟାକ୍ସିନ୍ ପାଇଁ ଭାରତୀୟ ବୈଜ୍ଞାନିକଙ୍କ ଦ୍ୱାରା ଅନୁସନ୍ଧାନ ବର୍ତ୍ତମାନ ପଶୁ ପରୀକ୍ଷଣ ସ୍ତରରେ ପହଞ୍ଚିଛି। ଏହି ପରୀକ୍ଷା ଗୋଟେ ଦୁଇ ସପ୍ତାହ ମଧ୍ୟରେ ଆରମ୍ଭ ହେବ । ଏଥିରେ ସଫଳ ହେବା ପରେ ଏହା ମଣିଷଙ୍କ ଉପରେ ପରୀକ୍ଷା କରାଯିବ । ଭାରତୀୟ ବୈଜ୍ଞାନିକଙ୍କୁ ସମ୍ପୂର୍ଣ୍ଣ ସଫଳତା ପାଇଁ ୧୨ ରୁ ୧୮ ମାସ ସମୟ ଲାଗିପାରେ । ବିଶ୍ୱବ୍ୟାପୀ ୭୫ ଜଣ ବୈଜ୍ଞାନିକ ଦଳ ଏହି ଟିକା ପରିକ୍ଷଣରେ ଲାଗିପଡିଛନ୍ତି ।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, କୌଣସି ଦେଶରେ ଏହି ଟିକା ପ୍ରସ୍ତୁତ ହେଲେ ମଧ୍ୟ, ଏହାର ଉତ୍ପାଦନ ଭାରତରେ ହେବ। ସୂଚନାଯୋଗ୍ୟ ଯେ, ଭାରତ ବାୟୋଟେକ୍, କୈଡିଲା, ସିରମ୍ ଇନଷ୍ଟିଚ୍ୟୁଟ୍ ସମେତ କିଛି କମ୍ପାନୀର ବୈଜ୍ଞାନିକମାନେ ପଶୁ ପରୀକ୍ଷଣରେ ପହଞ୍ଚିଛନ୍ତି। ମନ୍ତ୍ରଣାଳୟ ଅନୁସାରେ ଭାରତରେ କରୋନା ନେଇ ଅଧ୍ୟୟନ ଆରମ୍ଭ ହୋଇସାରିଛି।

ଜଣେ ବରିଷ୍ଠ ବୈଜ୍ଞାନିକ କହିଛନ୍ତି ଯେ, ପ୍ରାୟ ୩୦ ଜଣ ଭାରତୀୟ ଓ ଆମେରିକୀୟ ବୈଜ୍ଞାନିକମାନଙ୍କ ମଧ୍ୟରେ ଗବେଷଣା ନେଇ ସହଯୋଗ ଜାରି ରହିଛି ।  ନିକଟରେ ଭାରତ ଆମେରିକାକୁ ହାଇଡ୍ରୋକ୍ସିକ୍ଲରୋକ୍ୱିନ୍ (HCQ) ଉପଲବ୍ଧ କରାଇଥିଲା । ଯେଉଁଥିରେ ସାର୍ସ କୋଭିଡ୍-୨ର ପ୍ରୋଟିନ୍ ଥିଲା । ତେବେ ବୈଜ୍ଞାନିକ ଏବଂ ବାୟୋ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ସଚିନ୍ କୁମାର କହିଛନ୍ତି ଯେ, ଏହି ଟିକା ନେଇ କିଛି କହି ହେବ ନାହିଁ ।  ପଶୁମାନଙ୍କ ଉପରେ ଏହାର ପରୀକ୍ଷଣର ଫଳାଫଳ ପରେ ହିଁ ଭ୍ୟାକ୍ସିନ ବିଷୟରେ କିଛି ତଥ୍ୟ ଦିଆଯାଇପାରିବ ।

ବ୍ରିଟେନର ଅକ୍ସଫୋର୍ଡ ୟୁନିଭରସିଟିର ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ମାଙ୍କଡମାନଙ୍କ ଉପରେ ଭ୍ୟାକ୍ସିନ୍ ର କ୍ଲିନିକାଲ୍ ପରୀକ୍ଷା ସଫଳ ହୋଇଛି। ବର୍ତ୍ତମାନ, ମେ’ ମାସ ଶେଷ ସୁଦ୍ଧା, ଛଅ ହଜାର ମଣିଷଙ୍କ ଉପରେ ମଧ୍ୟ ସେମାନେ ପରୀକ୍ଷା କରିବେ । ତେବେ ନିୟାମକମାନଙ୍କ ଅନୁମତି ପରେ ଏହି ଟିକା ଚଳିତ ବର୍ଷ ସେପଟେମ୍ବର ମାସ ସୁଦ୍ଧା ବଜାରକୁ ଆସିପାରେ। ଅକ୍ସଫୋର୍ଡ ୟୁନିଭରସିଟି ମାର୍ଚ୍ଚ ମାସରେ ୬ଶହ ମକାକ ମାଙ୍କଡଙ୍କ ଉପରେ ଏହି ଟିକା ପରୀକ୍ଷା କରିଥିଲା। ଏହି ପ୍ରଜାତିର ମାଙ୍କଡ଼ ମାନବଙ୍କ ନିକଟତର ବୋଲି କୁହାଯାଏ ।

ତେବେ ଡାକ୍ତରଙ୍କ କହିବା ଅନୁସାରେ, ୨୮ ଦିନ ପରେ ଭ୍ୟାକ୍ସିନ୍ ପରୀକ୍ଷଣ ୬ଟି ମାଙ୍କଡ ସୁସ୍ଥ ଥିବାବେଳେ ଅନ୍ୟ ମାଙ୍କଡମାନେ ଅସୁସ୍ଥ ହୋଇପଡିଥିଲେ। ତେବେ କେତେକ ବିଶେଷଜ୍ଞ କହୁଛନ୍ତି ଯେ, ଏହା ମାଙ୍କଡ଼ମାନଙ୍କ ମଧ୍ୟରେ ସଫଳ ହେଲେ ମଧ୍ୟ ଏହି ଆଣ୍ଟିବଡି  ମଣିଷଙ୍କ ଶରୀରରେ ସମାନ ପ୍ରଭାବ ଦେଖାଇବ ବୋଲି କିଛି ମାନେ ନାହିଁ । କିନ୍ତୁ ଏହି ଫଳାଫଳ ପରବର୍ତ୍ତୀ ପର୍ଯ୍ୟାୟକୁ ବଢିବା ପାଇଁ  ନିଶ୍ଚିତ ଭାବରେ ସାହାସ ଦେଇଛି ।  ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ମଧ୍ୟ ଏହି ଅନୁସନ୍ଧାନରେ ଜଡିତ ।

Latest Posts

Don't Miss