spot_img

Latest Posts

ଆସନ୍ତା ସପ୍ତାହରେ ଦିଆଯିବ କରୋନା ଭ୍ୟାକସିନ୍; ପାର୍ଶ୍ୱ ପ୍ରତିକ୍ରିୟା ହେଲେ କ୍ଷତିପୂରଣ ଦେବେ ବ୍ରିଟେନ୍ ସରକାର

ନୂଆଦିଲ୍ଲୀ: ବ୍ରିଟେନରେ କରୋନା ଟିକାକରଣ ପୂର୍ବରୁ ଏକ ବଡ ଘୋଷଣା କରିଛନ୍ତି ସରକାର। କରୋନା ଟିକା ନେବା ପରେ ଯଦି କାହା ଶରୀରରେ କୗେଣସି ପାର୍ଶ୍ୱ ପ୍ରତିକ୍ରିୟା ଥାଏ, ତେବେ ବ୍ରିଟେନ ସରକାର କ୍ଷତିପୂରଣ ଦେବେ ।

ନିକଟ ଅତୀତରେ ବ୍ରିଟେନ ପକ୍ଷରୁ ଫାଇଜର ଏବଂ ବାୟୋଏନଟେକର କରୋନା ଟିକାକୁ ଜରୁରୀକାଳୀନ ଭାବେ ବ୍ୟବହାର କରିବାକୁ ମଞ୍ଜୁରୀ ମିଳିଛି । ପ୍ରଥମ ପାଶ୍ଚାତ୍ୟ ଦେଶ ଭାବେ ବ୍ରିଟେନ ନାଗରିକମାନଙ୍କୁ କରୋନା ଟିକା ଦେବା ପାଇଁ ଘୋଷଣା କରିଛି।

ଏହି ଟିକାର ଦୁଇଟି ଡୋଜ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୨୧ ଦିନ ବ୍ୟବଧାନରେ ଦିଆଯିବ। ସୂଚନା ଅନୁଯାୟୀ ୟୁନାଇଟେଡ୍ କିଙ୍ଗଡମ୍ ପକ୍ଷରୁ ୧୬ ବର୍ଷରୁ ଅଧିକ ଲୋକଙ୍କୁ ଏହି ଟିକା ଦିଆଯିବ ବୋଲି ଘୋଷଣା କରାଯାଇଛି ।

ତେବେ ଆଗାମୀ ଦିନରେ ବେଲଜିୟମରୁ ପ୍ରଥମ ବ୍ୟାଚ୍ ଟିକା  ବ୍ରିଟେନରେ ଆସି ପହଞ୍ଚିବ। ଏହି ଡୋଜ ଡିସେମ୍ବର ୧୫ରୁ ସାଧାରଣ ଲୋକଙ୍କୁ ଦିଆଯିବ ବୋଲି ଆଶା କରାଯାଉଛି । ଏସମ୍ପର୍କରେ ବ୍ରିଟିଶ ସ୍ୱାସ୍ଥ୍ୟମନ୍ତ୍ରୀ ମ୍ୟାଟ ହାନକକ୍ କହିଛନ୍ତି ଯେ ଆସନ୍ତା କିଛି ସପ୍ତାହ ମଧ୍ୟରେ ୮ ଲକ୍ଷ ଡୋଜ ମିଳିବାକୁ ଥିବାବେଳେ ଆଉ ଲକ୍ଷାଧିବ ଟିକା ଆସିବା ପ୍ରକ୍ରିୟା ଜାରି ରହିବ।

 

Latest Posts

Don't Miss