ଭାରତରେ କେବେ ମିଳିବ କରୋନା ଭ୍ୟାକ୍ସିନ୍ ? କ’ଣ ଉତ୍ତର ଦେଲେ ହର୍ଷ ବର୍ଦ୍ଧନ,ଜାଣନ୍ତୁ

1 min read

ନୂଆଦିଲ୍ଲୀ: ଦେଶରେ କରୋନା ଟିକା ପ୍ରସ୍ତୁତି ଜୋରସୋରରେ ଚାଲିଛି  । ଏବଂ ଏହା ଆସନ୍ତା ବର୍ଷ ଆରମ୍ଭରେ ବଜାରରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି । ଟିକା ପ୍ରସ୍ତୁତ ପାଇଁ ସବୁ ଦେଶ ସେମାନଙ୍କ ସ୍ତରରେ ପ୍ରୟାସ ଜାରି ରଖିଛନ୍ତି । ଏହି ଟିକା ପ୍ରସ୍ତୁତ ଦୌଡ଼ରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଆଗରେ ରହିଛି । ଭାରତ ବାୟୋଟେକ୍, ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଜାୟଡସ୍ କାଡିଲା ସ୍ୱଦେଶୀ ଟିକାର ପ୍ରସ୍ତୁତରେ ଲାଗିପଡ଼ିଛନ୍ତି ।

ହର୍ଷବର୍ଦ୍ଧନ କହିଛନ୍ତି – ଆସନ୍ତା ବର୍ଷ ଆରମ୍ଭରୁ ଏକାଧିକ ଟିକା !

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଆଜି ଗ୍ରୁପ୍ ଅଫ୍ ମିନିଷ୍ଟରସ ବା ମନ୍ତ୍ରୀଙ୍କ ବୈଠକରେ ଏହି ସୂଚନା ଦେଇଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଆମେ ଆଶା କରୁଛୁ ଆସନ୍ତା ବର୍ଷ ଆରମ୍ଭ ସୁଦ୍ଧା ଦେଶକୁ ଏକରୁ ଅଧିକ କରୋନା ଟିକା ମିଳିବ । ଆମର ବିଶେଷଜ୍ଞମାନେ ଟିକା ବିତରଣ ପାଇଁ ଯୋଜନା ମଧ୍ୟ ପ୍ରସ୍ତୁତ କରୁଛନ୍ତି ।

WHO ମଧ୍ୟ ଆଶା ଅଛି

WHO ମୁଖ୍ୟ ବୈଜ୍ଞାନିକ ସୌମ୍ୟା ବିଶ୍ୱନାଥନ୍ ମଧ୍ୟ ଆଶା କରିଥିଲେ ଯେ, ମାରାତ୍ମକ କରୋନା ଭାଇରସର ଟିକା ୨୦୨୦ ଶେଷ କିମ୍ବା ଆସନ୍ତା ବର୍ଷ ଆରମ୍ଭରୁ ହିଁ ଉପଲବ୍ଧ ହେବ । ସେ କହିଥିଲେ, ‘ଯେମିତି କି ଆପଣ ଜାଣନ୍ତି ଯେ ୪୦ ଟି ଟିକା କମ୍ପାନୀ କ୍ଲିନିକାଲ ପରୀକ୍ଷଣର ଅନେକ ପର୍ଯ୍ୟାୟରେ ପହଞ୍ଚିଛନ୍ତି । ଏଥିମଧ୍ୟରୁ ୧୦ ଟି ଟିକା ପରୀକ୍ଷଣର ତୃତୀୟ ପର୍ଯ୍ୟାୟରେ ରହିଛି । ଏହି ଟିକାଗୁଡ଼ିକ ମଧ୍ୟ ନିରାପଦ ମନେହେବା ସହ ଏହା ପରୀକ୍ଷଣରେ ଭଲ ଫଳାଫଳ ଦେଇଛି ।

କହିରଖୁଛୁ ଯେ, ପୂର୍ବରୁ ହର୍ଷବର୍ଦ୍ଧନ କହିଥିଲେ ଯେ, କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କଠାରୁ ତଥ୍ୟ ଗ୍ରହଣ କରୁଛନ୍ତି ଯାହା ଦ୍ୱାରା ଟିକା ପ୍ରସ୍ତୁତ ହେବାପରେ ଠିକ୍ ଭାବେ ଟିକାର ବଣ୍ଟନ କରାଯାଇପାରିବ । ଏବଂ  ଆମର ସର୍ବୋଚ୍ଚ ପ୍ରାଥମିକତା ହେଉଛି କିପରି ଦେଶରେ ସମସ୍ତ ସଂକ୍ରମିତଙ୍କ ପାଖରେ ଟିକା ଉପଲବ୍ଧ କରାଯାଇପାରିବ ।

ଶୀତଳ ଭଣ୍ଡାର ମଧ୍ୟ ଚିହ୍ନଟ ହେବା ଆରମ୍ଭ ହୋଇଯାଇଛି

କୋଭିଡ -19 ଟିକା କିଛି ମାସ ମଧ୍ୟରେ ଉପଲବ୍ଧ ହେବାର ସମ୍ଭାବନା ମଧ୍ୟରେ ସରକାର ବହୁ ପରିମାଣରେ ଶୀତଳ ଭଣ୍ଡାର ଚିହ୍ନଟ କରିବା ଆରମ୍ଭ କରିଛନ୍ତି । ସାରା ଦେଶରେ ଟିକା ଉପଲବ୍ଧ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଛି । ଏକ ଜାତୀୟ ବିଶେଷଜ୍ଞ ଗୋଷ୍ଠୀ, ଔଷଧ କ୍ଷେତ୍ର, ଖାଦ୍ୟ ପ୍ରସ୍ତୁତକାରୀ ଏବଂ କୃଷି କ୍ଷେତ୍ରରେ, ବେସରକାରୀ ତଥା ସରକାରୀ କମ୍ପାନୀଗୁଡିକ ସହିତ ଏଥିପାଇଁ ଆଲୋଚନା କରୁଛନ୍ତି । ଏହା ସହ ଘରେ ଖାଇବା ଦେଉଥିବା କମ୍ପାନୀ ସ୍ୱିଗି ଏବଂ ଜୋମାଟୋ ଭଳି କମ୍ପାନୀ ମଧ୍ୟ ଯୋଗାଯୋଗରେ ଅଛନ୍ତି । ଏହାର ସମ୍ପୂର୍ଣ୍ଣ ଉଦ୍ଦେଶ୍ୟ ହେଉଛି କୋଲ୍ଡ ଷ୍ଟୋରେଜ୍ ବ୍ୟବସ୍ଥା  ଯାହାଦ୍ୱାରା ଟିକା ସଂରକ୍ଷଣ ଏବଂ ବିତରଣ କରିବାରେ ସହାୟକ ହେବ । ସୂଚନା ଅନୁସାରେ ଟିକା ବଣ୍ଟନ ପାଇଁ ଯୋଜନା ଆସନ୍ତା ସପ୍ତାହ ମଧ୍ୟଭାଗରେ ପ୍ରକାଶ ପାଇବ।

୨-୮ ° C ତାପମାତ୍ରାରେ ରଖାଯିବ ଟିକା

ଅଧିକାଂଶ ଟିକା ଦୁଇରୁ ଆଠ ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ରଖାଯିବ । ସୂଚନା ଅନୁସାରେ ଅଧିକାଂଶ ଟିକା ତରଳ ଆକାରରେ ରହିବ । ଏଥିସହ, ଅଧିକାଂଶ ଟିକାର ଏକାଧିକ ଡୋଜ୍ ଛୋଟ ବୋତଲ ମାଧ୍ୟମରେ ରଖାଯିବ । ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶୀତଳ ଭଣ୍ଡାରର ଯୋଗାଣ ଚେନ୍ ପ୍ରସ୍ତୁତ କରିବାକୁ ଉଦ୍ୟମ ଆରମ୍ଭ କରିଛି ।

Leave a Reply