ଜନସନ ଆଣ୍ଡ୍ ଜନସନ କମ୍ପାନୀ ଟିକା ପରୀକ୍ଷଣରେ ଲଗାଇଲା ରୋକ, ପରୀକ୍ଷଣରେ ଭାଗନେଇଥିବା ସ୍ୱେଚ୍ଛାସେବୀଙ୍କୁ ହେଲା ଅଜଣା ରୋଗ

ନୂଆଦିଲ୍ଲୀ: କରୋନା ଟିକାକୁ ଆଶା କରିବସିଥିବା ଲୋକଙ୍କୁ ଝଟକା । ଜନସନ୍ ଆଣ୍ଡ ଜନସନ୍‌ ପକ୍ଷରୁ କରୋନା ଟିକା ପରୀକ୍ଷଣ ସାମୟିକ ସମୟ ପାଇଁ ବନ୍ଦ ରଖାଯାଇଛି । ଜଣେ ପରୀକ୍ଷଣରେ ଭାଗନେଇଥିବା ସ୍ୱେଚ୍ଛାସେବୀ ଅସୁସ୍ଥ ହେବା ପରେ କ୍ଲିନିକାଲ୍ ଟ୍ରାଏଲ୍‌ ଉପରେ ସାମୟିକ ରୋକ୍ ଲଗାଯାଇଛି । ଅସୁସ୍ଥତା ସଂପର୍କରେ ସ୍ୱତନ୍ତ୍ର ଡାଟା ଓ ସେଫ୍‌ଟି ମନିଟରିଂ ବୋର୍ଡ ପକ୍ଷରୁ ସମୀକ୍ଷା କରାଯାଉଛି ।

Chinese Company Says Coronavirus Vaccine Ready By Early 2021

କମ୍ପାନୀର କ୍ଲିନିକାଲ୍ ଓ ସୁରକ୍ଷା ଚିକିତ୍ସକ ମଧ୍ୟ ଏହା ଉପରେ ନଜର ରଖିଛନ୍ତି । ତେବେ ବଡ଼ଧରଣର ଟିକା ପରୀକ୍ଷଣରେ ଏଭଳି ରୋକ୍ ସାଧାରଣ ବୋଲି ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍ ପକ୍ଷରୁ କୁହାଯାଇଛି ।  ପରୀକ୍ଷଣରେ ଭାଗନେଇଥିବା ସ୍ୱେଚ୍ଛାସେବୀ ଅସୁସ୍ଥ ହେବାରୁ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ବନ୍ଦ ରହିଛି । ଯଦିଓ ସ୍ୱେଚ୍ଛାସେବୀଙ୍କ ଅସୁସ୍ଥତାର କାରଣ ସ୍ପଷ୍ଟ ହୋଇପାରିନାହିଁ । ଗତ ମାସ ବ୍ରିଟେନ୍‌ରେ ଟିକା ପରୀକ୍ଷଣ ବେଳେ ଜଣେ ବ୍ୟକ୍ତି ଅସୁସ୍ଥତା ଅନୁଭବ କରିବାରୁ ଆଷ୍ଟ୍ରାଜେନେକା ପକ୍ଷରୁ ଟ୍ରାଏଲ୍‌ ଉପରେ ରୋକ୍ ଲଗାଯାଇଥିଲା ।

ୟୁକେ, ବ୍ରାଜିଲ୍, ଦକ୍ଷିଣ ଆଫ୍ରିକା ଓ ଭାରତରେ ଟିକା ପରୀକ୍ଷଣ ପୁଣି ଆରମ୍ଭ ହୋଇଛି । ତେବେ ଆମେରିକାରେ ଏପର୍ଯ୍ୟନ୍ତ ଟ୍ରାଏଲ୍ ଆରମ୍ଭ ହୋଇନି । ଗତମାସ ଜନ୍‌ସନ୍ ଆଣ୍ଡ ଜନ୍‌ସନ୍ ଭ୍ୟାକସିନ୍ ପରୀକ୍ଷଣ ବେଳେ ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସକ୍ଷମ ବୋଲି ଜଣାପଡିଥିଲା । ଏହାପରେ କମ୍ପାନୀ ପକ୍ଷରୁ ପ୍ରାୟ ୬୦ ହଜାର ଲୋକଙ୍କ ଉପରେ ଭ୍ୟାକସିନ୍‌ର ହ୍ୟୁମାନ୍ ଟ୍ରାଏଲ କରାଯାଇଥିଲା । ଏହାର ଫଳାଫଳ ଆସନ୍ତାବର୍ଷ ଆରମ୍ଭରୁ ଆସିବ ବୋଲି ଆଶା କରାଯାଉଛି ।

Leave a Reply