spot_img

Latest Posts

ନିର୍ବାଚନ ପୂର୍ବରୁ ସମସ୍ତ ନିର୍ବାଚନ କର୍ମଚାରୀଙ୍କ ପାଇଁ କରୋନା ଟିକା ବାଧ୍ୟତାମୂଳକ

ନୂଆଦିଲ୍ଲୀ: ସମସ୍ତ ନିର୍ବାଚନ କର୍ମଚାରୀଙ୍କ ପାଇଁ କରୋନା ଟିକା ବାଧ୍ୟତାମୂଳକ। ପ୍ରିଜାଡିଂ ଅଫିସର ସମେତ ନିର୍ବାଚନରେ ଯେଉଁମାନେ ସଂଶ୍ଲିଷ୍ଟ ରହିବେ ସମସ୍ତଙ୍କୁ ଭାକ୍ସିନ ଦିଆଯିବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନ। ନିର୍ବାଚନରେ ଡ୍ୟୁଟି କରିବାକୁ ଥିବା ସମସ୍ତ କର୍ମଚାରୀଙ୍କୁ ଫ୍ରଣ୍ଟଲାଇନ୍ ଯୋଦ୍ଧା ଭାବେ କରୋନା ଟିକାକରଣ କରାଯିବ। ପଶ୍ଚିମବଙ୍ଗ ସମେତ ୫ ଟି ରାଜ୍ୟରେ ବାଜିଛି ନିର୍ବାଚନ ଶଙ୍ଖନାଦ। ଗତକାଲି ଏନେଇ ନିର୍ବାଚନ କମିଶନ ଘୋଷଣା କରିସାରିଛନ୍ତି।

ତେଣୁ ନିର୍ବାଚନ କର୍ମୀଙ୍କ ସୁରକ୍ଷା ଓ ଦେଶରେ କରୋନା ସଂକ୍ରମଣକୁ ଦେଖି ଏପରି ନିଷ୍ପତ୍ତି ନିଆଯାଇଛି। ଏହାସହ ସମ୍ବେଦନଶୀଳ ମତଦାନ କେନ୍ଦ୍ରଗୁଡିକରେ ଓ୍ବେବକାଷ୍ଟିଂର ବ୍ୟବସ୍ଥା ରହିବ। ଆବଶ୍ୟକ ସଂଖ୍ୟାରେ ସୁରକ୍ଷାକର୍ମୀ ନିୟୋଜିତ କରାଯିବ। କରୋନା ଗାଇଡଲାଇନ୍ ପାଳନ କରି ମତଦାନ ପାଇଁ ଅଧିକ ଏକ ଘଣ୍ଟା ସମୟ ଦିଆଯିବ। ସମସ୍ତ ନିର୍ବାଚନ କ୍ଷେତ୍ରରେ ଅନଲାଇନ୍ ନାମାଙ୍କନର ବ୍ୟବସ୍ଥା କରାଯିବ। କେବଳ ୫ ଜଣ ବ୍ୟକ୍ତିଙ୍କୁ ଡୋର ଟୁ ଡୋର କ୍ୟାମ୍ପେନିଂ ପାଇଁ ଅନୁମତି ମିଳିବ। ରୋଡ ଶୋରେ ୫ଟି ଗାଡିକୁ ଅନୁମତି ଦିଆଯିବ ବୋଲି ସୂଚନା ଦେଇଛନ୍ତି ନିର୍ବାଚନ କମିଶନ।

Latest Posts

Don't Miss