spot_img

Latest Posts

ଦେଶରେ ବିଗୁଡୁଛି କରୋନା ସ୍ଥିତି… ଦେଢ ଲକ୍ଷ ପାର କଲାଣି ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ବଢିଚାଲିଛି କରୋନା ପ୍ରଭାବ । ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି, ମୃତ୍ୟୁ ସଂଖ୍ୟା କମିବାର ନା ନେଉନି । ଦୁଇ ମାସ ପରେ ବି ଦେଶରେ କରୋନାର ପ୍ରଭାବ ଜାରି ରହିଛି । ଗୋଟିଏ ଦିନରେ ୬, ୩୮୭ ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ ୧୭୦ ଜଣଙ୍କ ମୃତ୍ୟୁ ହୋଇଛି । ସେପଟେ ଦେଢ ଲକ୍ଷ ପାର କରିଛି ସଂକ୍ରମିତଙ୍କ ସଂଖ୍ୟା । ମୋଟ୍‌ ୧, ୫୧, ୭୬୭ ଜଣ ସଂକ୍ରମିତ ହୋଇଛନ୍ତି ।

ସେପଟେ ୪, ୩୩୭ ଜଣକ ଜୀବନ ନେଇଛି କରୋନା । ସେହିଭଳି ଦେଶରେ ପ୍ରାୟ ୮୩,୦୦୦ କେସ୍‌ ସକ୍ରିୟ ଥିବାବେଳେ ୬୪, ୪୨୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ର।ଳୟର ରିପୋର୍ଟ ଅନୁଯାୟୀ ଏବେ ଦେଶରେ କରୋନା ଆରୋଗ ହାର ୪୧. ୬୦ ପ୍ରତିଶତ ରହିଛି । ଗତ ମାର୍ଚ୍ଚ ମାସରେ ଏହି ହାର ଥିଲା ମାତ୍ର ୭.୧ ପ୍ରତିଶତ । ଦେଶରେ ମୃତ୍ୟୁ ହାର ୨.୮୭ ପ୍ରତିଶତ ରହିଛି । ଯାହାକି ଅନ୍ୟ ଦେଶ ତୁଳନାରେ ଢେର କମ ରହିଛି ।

ଓଡିଶାରେ ଗତକାଲି ୭୬ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହା ସହିତ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୫୯୩ ରେ ପହଁଚିଛି । ସେପଟେ ଗତକାଲି ଗୋଟିଏ ଦିନରେ ମୋଟ ୭୯ ଜଣ ସୁସ୍ଥ ହେବାପରେ ମୋଟ ସୁସ୍ଥ ସଂଖ୍ୟା ୮୧୨ ରେ ପହଁଚିଛି। ଫଳରେ ରାଜ୍ୟରେ ବର୍ତ୍ତମାନ ମୋଟ ସକ୍ରିୟ ମାମଲା ୭୭୪ ରହିଛି। ରାଜ୍ୟରେ ମୋଟ ୨୯ ଟି ଜିଲ୍ଲାକୁ କରୋନା କାୟା ବିସ୍ତାର କରିସାରିଛି।

Latest Posts

Don't Miss