ରାଜ୍ୟରେ ଆଉ ୧୩ ଜଣଙ୍କ ମୁଣ୍ଡ ନେଲା କରୋନା

2 min read

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୯୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୩ ଜଣଙ୍କ କରୋନା ଜନିତ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୃତକଙ୍କ ମଧ୍ୟରେ ୭ ଜଣ ମହିଳା ହୋଇଥିବା ବେଳେ ୬ ଜଣ ପୁରୁଷ ରହିଛନ୍ତି । ରାଜ୍ୟରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଏତେ ସଂଖ୍ୟକ ମହିଳା କରୋନା ଆକ୍ରାନ୍ତ ପ୍ରାଣ ହରାଇଥିବା ଦେଖାଯାଇଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ମୃତକଙ୍କ ମଧ୍ୟରୁ ମୟୁରଭଞ୍ଜ ଜିଲ୍ଲାରୁ ସର୍ବାଧିକ ୪ ଜଣ ରହିଥିବା ବେଳେ ସେମାନଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଦୁଇଜଣ ମହିଳା ରହିଛନ୍ତି । ମୃତ ଦୁଇ ମହିଳାଙ୍କ ବୟସ ୭୫ ଓ ୬୫ ହୋଇଥିବା ବେଳେ ପୁରୁଷ ଦୁଇ ଜଣଙ୍କ ବୟସ ୪୫ ଓ ୬୦ ବୋଲି ଜଣାପଡ଼ିଛି ।

ସେହିପରି ପୁରୀ ଜିଲ୍ଲାରୁ ମଧ୍ୟ ୩ ଜଣ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ୪୮ ବର୍ଷୀୟ ପୁରୁଷ ରହିଥିବା ବେଳେ ଦୁଇଜଣ ମହିଳା ରହିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ୬୬ ଓ ଅନ୍ୟ ଜଣେ ୬୮ ବର୍ଷୀୟ ବୋଲି ଜଣାପଡ଼ିଛି । ଉଭୟ ଡାଇବେଟିସ ରୋଗରେ ପୀଡ଼ିତ ଥିଲେ ।

ସେହିଭଳି ଅନୁଗୁଳ ଜିଲ୍ଲାର ଜଣେ ୫୨ ବର୍ଷୀୟ ପୁରୁଷ ପ୍ରାଣ ହରାଇଛନ୍ତି । ସେ ଉଚ୍ଚରକ୍ତଚାପ ଓ ଥାଇରଏଡ ଅଭାବ ଜନିତ ରୋଗରେ ପୀଡ଼ିତ ଥିଲେ । ଭୁବନେଶ୍ୱରର ଜଣେ ୪୭ ବର୍ଷୀୟ ମହିଳା ପ୍ରାଣ ହରାଇଛନ୍ତି ।

ସେ ଡାଇବେଟିସ ଓ ହୃଦ୍‌ରୋଗରେ ପୀଡ଼ିତ ଥିଲେ । ବଲାଙ୍ଗିରର ଜଣେ ୨୩ ବର୍ଷୀୟ ଯୁବତୀ ପ୍ରାଣ ହରାଇଥିବାବେଳେ ନୂଆପଡ଼ାର ଜଣେ ୫୨ ବର୍ଷୀୟ ପୁରୁଷ, ବାଲେଶ୍ବରର ୪୪ ବର୍ଷୀୟ ପୁରୁଷ ଓ ଭୁବନେଶ୍ବରର ଜଣେ ୪୪ ବର୍ଷୀୟ ମହିଳା ପ୍ରାଣ ହରାଇଛନ୍ତି ।

Leave a Reply