ଭାରତରେ ବଢୁଛି କରୋନାର ସ୍ପିଡ…ଦିଲ୍ଲୀରେ ଗୋଟିଏ ଦିନରେ ୨୩ ନୂଆ ଆକ୍ରାନ୍ତ ଚିହ୍ନଟ

1 min read

କରୋନା ଥମିବାର ନାଁ ନଉନି । ଧିରେ ଧିରେ ଏହା ବ୍ୟାପିବାରେ ଲାଗିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଛି । ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ପାର ହୋଇଥିବା ବେଳେ ଗତକାଲି ଗୋଟିଏ ଦିନରେ ୧୦୦ ରୁ ଅଧିକ ଆକ୍ରାନ୍ତ ନୂଆ ଚିହ୍ନଟ ହୋଇଛନ୍ତି । କେରଳ ଓ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଶହ ପାର ହୋଇଛି । ରାଜ୍ୟରେ କରୋନା ଟେଷ୍ଟ ବହୁତ କମ୍‌ ହେଉଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି । ସମଗ୍ର ବିଶ୍ୱ ଏବେ କରୋନା କବଳରେ । ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ଛୁଇଁଛି ।

ରାଜସ୍ଥାନ, ଦିଲ୍ଲୀ, ତେଲେଙ୍ଗାନା, ଗୁଜୁରାଟରେ ମଧ୍ୟ ଧିରେ ଧିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ପଞ୍ଜାବରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଚିକିତ୍ସା ପାଇଁ କେନ୍ଦ୍ରର ସହାୟତା ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ଦିଲ୍ଲୀରେ ଗୋଟିଏ ଦିନରେ ୨୩ ନୂଆ କେସ୍‌ ସାମ୍ନାକୁ ଆସିଛି । ୨୧ ଦିନିଆ ଲକ୍ ଡାଉନରେ ଦେଶବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିପାଇଁ ଗତ କାଲି ମନ୍ କି ବାତ୍ କାର୍ଯ୍ୟକ୍ରମରେ କ୍ଷମା ମାଗିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଦିଲ୍ଲୀ ଓ ଉତ୍ତରପ୍ରଦେଶରୁ ପ୍ରବାସୀ ଶ୍ରମିକ ମାନେ ନିଜ ଘର ମୁହାଁ ହୋଇଛନ୍ତି । ଏ କ୍ଷେତ୍ରରେ ଦୃଢ ପଦକ୍ଷେପ ନେବାକୁ ସବୁ ରାଜ୍ୟକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି । ସୀମା ଗୁଡିକ ସିଲ କରିବା ପାଇଁ କୁହାଯାଇଛି । ରାଜପଥରେ ଯେମିତି ଲୋକ ମାନଙ୍କର କୈାଣସି ଗତିବିଧି ନଜରକୁ ନଆସେ ସେଥିପାଇଁ ଧ୍ୟାନ ଦେବାକୁ ମଧ୍ୟ କୁହାଯାଇଛି । ଯେଉଁମାନେ ଲକଡାଉନ ନିୟମକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କୁ ୧୪ ଦିନ କ୍ବାରେଣ୍ଟାଇନରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

[DISPLAY_ULTIMATE_SOCIAL_ICONS]
Opn Commnet Area

Leave a Reply

Your email address will not be published. Required fields are marked *