ରାଜ୍ୟରେ ଆଉ ୨୧୭ କରୋନା ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠି କେତେ..?
1 min readଭୁବନେଶ୍ୱର: ରାଜ୍ୟରେ ଆଉ ୨୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତ ସୁସ୍ଥ ବ୍ୟକ୍ତିଙ୍କୁ ମେଡିକାଲରୁ ଡିସ୍ଚାର୍ଜ କରାଯାଇଥିବା ବେଳେ ସେମାନଙ୍କୁ ଘରକୁ ଯିବାକୁ ଅନୁମତି ଦିଆଯାଇଛି ।
ତେବେ ୨୧୭ ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ୯୬ ଜଣ ରହିଥିବା ବେଳେ ଖୋର୍ଦ୍ଧାର ୧୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ସେହିଭଳି ବାଲେଶ୍ୱରରୁ ୧୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୟୂରଭଞ୍ଜରୁ ୧୫, ବରଗଡ଼ରୁ ୧୩, କେନ୍ଦୁଝରରୁ ୧୨, ଝାରସୁଗୁଡ଼ାରୁ ୮, ମାଲକାନଗିରିରୁ ୭ ଏବଂ ଯାଜପୁରରୁ ୬ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
Another 217 #COVID19 patients have recovered and are being discharged on 7.7.2020
96 from Ganjam
18 from Khurdha
16 from Balasore
15 from Mayurbhanj
13 from Baragarh
12 from Keonjhar
8 from Jharsuguda
7 from Malkangiri
6 from Jajpur— H & FW Dept Odisha (@HFWOdisha) July 7, 2020
ଅନ୍ୟପଟେ ଅନୁଗୁଳ ଓ କଟକରୁ ୫ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଢ଼େଙ୍କାନାଳ ଓ ପୁରୀରୁ ୪ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ଜଗତସିଂହପରୁରୁ ୩ ଜଣ ସୁସ୍ଥ ହୋଇଥିବା ବେଳେ କେନ୍ଦ୍ରାପଡ଼ା ଓ ସୋନପୁରରୁ ଦୁଇ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ଏବଂ ବଲାଙ୍ଗିରରୁ ଜଣେ ସୁସ୍ଥ ହୋଇଛନ୍ତି ।
5 from Angul & Cuttack
4 each from Dhenkanal and Puri
3 from Jagatsinghpur
2 each from Kendrapara & Sonepur
1 BolangirThe total recovered case of Odisha now stand at 6703
— H & FW Dept Odisha (@HFWOdisha) July 7, 2020
ତେବେ ଏହି ୨୧୭ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏବେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୬୭୦୩ରେ ପହଞ୍ଚିଛି ।