ରାଜ୍ୟର ୨୪ ଜିଲ୍ଲାରେ କାୟା ବିସ୍ତାର କରଛି କରୋନା…ମୃତକଙ୍କ ସଂଖ୍ୟା ୭କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଗତକାଲି ୫୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଫଳରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୧୦୩ ଓ ମୃତକଙ୍କ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ରାଜ୍ୟରେ ମୋଟ ୨୪ ଜିଲ୍ଲାରେ କରୋନା କାୟା ବିସ୍ତାର କରଛି । ଅନ୍ୟପଟେ ୪ଟି ଜିଲ୍ଲା କରୋନା ମୁକ୍ତ ସହିତ ୬ ଜିଲ୍ଲା ଏବେ ଗ୍ରୀନ୍‌ ଜୋନ୍‌ରେ ରହିଛି । ସେପଟେ ଗୁରୁବାର ଗୋଟିଏ ଦିନରେ ୫୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ସୁସ୍ଥ ସଂଖ୍ୟା ବୃଦ୍ଧି ପାଇ ୩୯୩ ରେ ପହଁଞ୍ଚିଛି । ଗଞ୍ଜାମରୁ ସର୍ବାଧିକ ୨୨ ଜଣ ସୁସ୍ଥ ହୋଇଥିବା ବେଳେ ବାଲେଶ୍ୱରରୁ ୧୫ଜଣ, ଭଦ୍ରକରୁ ୫ ଜଣ ଯାଜପୁର ଓ ବୌଦ୍ଧ ଜିଲ୍ଲାରୁ ୩ ଜଣ ଲେଖାଏଁ, ମୟୂରଭଞ୍ଜ ଓ ରାଉରକେଲାରୁ ଜଣେ ଲେଖାଏଁ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ହଜାରେ ପାର ହେଲା ସଂକ୍ରମିତଙ୍କ ସଂଖ୍ୟା, କରୋନା ମ୍ୟାପରେ ମାଲକାନଗିରି

ସେହିପରି ଚିହ୍ନଟ ହୋଇଥିବା ୫୧ ଜଣ ପଜିଟିଭଙ୍କ ମଧ୍ୟରୁ ନୟାଗଡ଼ ଓ କଳାହାଣ୍ଡିରୁ ସର୍ବାଧିକ ୧୧ ଜଣ ଲେଖାଏଁ, କଟକରୁ ୯ ଜଣ, ଯାଜପୁରରୁ ୫, ଗଞ୍ଜାମରୁ ୪, ମୟୁରଭଞ୍ଜରୁ ୩, ସମ୍ବଲପୁର, ଜଗତସିଂପୁର ଓ ଅନୁଗୁଳରୁ ୨ ଜଣ ଲେଖାଏଁ,  ପୁରୀ ଓ ମାଲକାନାଗିରିରୁ ଜଣେ ଲେଖାଏଁ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ତେବେ ଚିହ୍ନଟ ମୋଟ ୫୧ ଜଣ ପଜିଟିଭଙ୍କ ମଧ୍ୟରୁ ୪୮ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୩ ଜଣ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି। ଅନ୍ୟପଟେ ଜଣେ କରୋନା ସଂକ୍ରମିତଙ୍କର ମୃତ୍ୟୁ ସହ ମୋଟ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି ।

ରାଜ୍ୟରେ ଆଉ ଏକ ମୁଣ୍ଡ ନେଲା କରୋନା,୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

୮୫ ବର୍ଷୀୟ ମତକ ଜଣକ ଗଞ୍ଜାମ ଜିଲ୍ଲାର । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଜଗତସିଂପୁର ଜିଲ୍ଲାରେ ଚିହ୍ନଟ ୨ ପଜିଟିଭ୍‌ କ୍ବାରେଣ୍ଟାଇନ୍‌ ସେଣ୍ଟରରୁ ବାହାରିଥିବା ଜଣାପଡିଛି । ସେହିଭଳି ଅନୁଗୁଳ ଜିଲ୍ଲାରୁ ଚିହ୍ନଟ ଦୁଇ ପଜିଟିଭ୍‌ ପ୍ରବାସୀ ଓଡିଆ । ଜଣେ ତାମିଲନାଡୁରୁ ଓ ଅନ୍ୟ ଜଣେ ଆନ୍ଧ୍ରପ୍ରଦେଶରୁ ଆସି କ୍ୱାରେଣ୍ଟାଇନ୍‌ରେ ଥିଲେ । ସମ୍ବଲପୁର ସହରାଞ୍ଚଳରେ ନୂଆ ପଜିଟିଭ୍‌ ଚିହ୍ନଟ ହେବା ପରେ ଏସଏମସି ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଘୋଷଣା କରାଯିବା ସହିତ ସାନିଟାଇଜ୍‌ କରାଯାଇଛି ।

Leave a Reply