ଦେଶରେ ୧୨ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା…୨୪ ଘଣ୍ଟା ମଧ୍ୟରେ ୧୧ଶହରୁ ଅଧିକ ନୂଆ ମାମଲା

1 min read
Has Coronavirus Killed Flu Influenza Cases Nosedive By 98 Percent

ଦେଶରେ ଥମୁନି କରୋନା ସଙ୍କଟ । ବିଶ୍ୱବ୍ୟାପି କରୋନା ଦିନକୁ ଦିନ ବଢିବାରେ ଲାଗିଛି । ଏଥିପାଇଁ ଲୋକମାନେ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନିକଟରେ ପ୍ରଧାନମନ୍ତ୍ରୀ ମୋଦି ପୁଣି ଲକଡାଉନ୍ ବୃଦ୍ଧି ନେଇ ଘୋଷଣା କରିଥିଲେ । ଯାହା ସମଗ୍ର ଜନସାଧାରଣ ପାଇଁ ଏକ ଭଲ ନିଷ୍ପତ୍ତି । କାରଣ କରୋନାକୁ ହରେଇବାକୁ ହେଲେ ଲୋକଙ୍କୁ ଏଭଳି କିଛି ପଦକ୍ଷେପ ଆପଣେଇବା ଜରୁରୀ । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୧୧ଶହରୁ ଅଧିକ ନୂଆ ମାମଲା ଆସିଥିବା ବେଳେ ୩୯ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୪ଶହ ଡେଇଁଛି। ମହାରାଷ୍ଟ୍ରରେ ସ୍ଥିତି ଅଣାୟତ ରହିଛି। ୨୯ ଶହରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭୟଙ୍କର ଭାଇରସ ୧୮୦ରୁ ଅଧିକ ଜୀବନ ନେଇଛି। ଦିଲ୍ଲୀରେ ମଧ୍ୟ ସ୍ଥିତି ଚିନ୍ତାଜନକ ରହିଛି। ୧୫ଶହରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩୦ ଡେଇଁଛି। ସେହିପରି ତାମିଲନାଡୁ ଓ ରାଜସ୍ଥାନରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ହଜାରେ ଉପରେ ରହିଛି।

ରିପୋର୍ଟ ଅନୁସାରେ ଭାରତରେ ୪୦୦ଟି  ଜିଲ୍ଲା କରୋନା ମୁକ୍ତ ହୋଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କଟକଣା ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି କହିଛି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ର।ଳୟ । ଲକ୍‌ଡାଉନକୁ ମେ ୩ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଯାଇଥିବା ବେଳେ ଏହି ସମୟ ଅତି ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଇଛି । ଏପଟେ ଦେଶରେ ୧୨ ହଜାର ପହଁଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୩୯୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩୪୪ ଜଣ ସମ୍ପୂର୍ଣ୍ଣ ଭାଇରସ ମୁକ୍ତ ହୋଇଛନ୍ତି । ସେପଟେ କରୋନାର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ନୂଆ ନୂଆ ରଣନୀତି ଆପଣେଇଛନ୍ତି ।

କଣ୍ଟେନମେଣ୍ଟ ଜୋନ୍‌ ଓ ହଟସ୍ପଟ ଏରିଆ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ନିର୍ଦ୍ଦେଶ ରହିଛି । ବିଭିନ୍ନ ରାଜ୍ୟର ସମସ୍ତ ଜିଲ୍ଲାକୁ ୩ଟି ଜୋନରେ ବିଭକ୍ତ କରାଯାଇଛି । ହଟସ୍ପଟ ଜିଲ୍ଲା ଉପରେ ବିଶେଷ ଭାବେ ଧ୍ୟାନ ଦେଇଛନ୍ତି ସରକାର । ଏ ପର୍ଯନ୍ତ ଦେଶରେ ୧୭୦ଟି ହଟସ୍ପଟ ଜିଲ୍ଲା ଚିହ୍ନଟ ହୋଇଛି । ଅପରପକ୍ଷରେ ୨୦୭ଟି ଜିଲ୍ଲାକୁ ନନ୍‌-ହଟସ୍ପଟ ଜିଲ୍ଲା ଭାବେ ଚିହ୍ନଟ କରାଯାଇଛି । ମହାରାଷ୍ଟ୍ରରେ ସର୍ବାଧିକ ୨ହଜାର ୬ଶହ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ତାପଛକୁ ରହିଛି ଦିଲ୍ଲୀ । ସେଠାରେ ୧୬୦୦ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ତାମିଲନାଡୁ ଓ ରାଜସ୍ଥାନରେ ହଜାରେ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ସେପଟେ ବିଶ୍ୱସ୍ତରରେ ୨୦ ଲକ୍ଷ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ଲକ୍ଷେ ୨୮ ହଜାର ଟପିଛି ମୃତ୍ୟୁ ସଂଖ୍ୟା । କେବଳ ଆମେରିକାରେ ୬ ଳକ୍ଷ ୧୪ ହଜାର ଟପିଛି ପଜିଟିଭ୍‌ କେଶ୍‌ । ସ୍ପେନ, ଜର୍ମାନୀ, ଜାପାନ, ଇଟାଲୀରେ ମଧ୍ୟ ଲକ୍ଷେ ୪୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 

Leave a Reply