ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଛୁଇଁବ ୫୦ ହଜାର… ମହାରାଷ୍ଟ୍ରରେ ସର୍ବାଧିକ ୧୫ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କାୟା ମେଲାଉଛି କରୋନା । ୨୪ ଘଣ୍ଟାରେ ୧,୯୫୦ରୁ ଅଧିକ ନୂଆ କେସ୍‌ ଆସିଥିବାବେଳେ ୯୩ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ମୋଟ୍‌ ୪୮,୩୮୪ ପାର କରିଛି  । ସେହିଭଳି ୧୬୫୯ ଜଣକ ମୃତ୍ୟୁ ହୋଇଛି । ୨୪ ଘଣ୍ଟା ମଧ୍ୟରେ ୮୯୨ରୁ ଅଧିକ ଜଣ ସୁସ୍ଥ ହୋଇଥିବାବଳେ ମୋଟ ୧୩,୭୩୭ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ଆହୁରି ୩୨,୯୮୪ଟି ଆକଟିଭ୍‌ କେସ୍‌ ରହିଥିବା ସ୍ୱାସ୍ଥ୍ୟ ମନ୍ତ୍ର।ଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ମହାରାଷ୍ଟ୍ରରେ ୧୪ ହଜାର ୫୪୧ ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମହାରାଷ୍ଟ୍ର ପରେ ତାମିଲନାଡୁରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗୁଜରାଟ ଓ ଦିଲ୍ଲୀରେ ୨୪ ଘଣ୍ଟା ମଧ୍ୟରେ ୬ ଶହରୁ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେପଟେ ବିଶ୍ୱରେ ୩୬ ଲକ୍ଷ ୮୮ ହଜାର ଟପିଛି ଆକ୍ରାନ୍ତ ସଂଖ୍ୟା । ୨ ଲକ୍ଷ ୫୫ ହଜାର ପାର କରିଛି ମୃତ୍ୟୁ ସଂଖ୍ୟା । ୧୨ ଲକ୍ଷ ୨୦ ହଜାରୁ ଅଧିକ ଲୋକ ସୁସ୍ଥ ହୋଇଛନ୍ତି । ଆମେରିକାରେ ୧୨ ଲକ୍ଷ ୧୮ ହଜାର ୯ ଶହ ପାର କରିଛି ଆକ୍ରାନ୍ତଙ୍କ ସଂଖ୍ୟା । ସ୍ପେନ, ଇଟାଲୀ, ଜର୍ମାନୀ, ବ୍ରିଟେନ, ଫ୍ରାନ୍ସରେ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି ।…

Leave a Reply