ଭାରତରେ ୮୩ ହଜାର ଟପିଲା ସଂକ୍ରମିତ ସଂଖ୍ୟା, ଦୁଇ ହଜାରରୁ ଅଧିକ ମୃତ…ଆକ୍ରାନ୍ତଙ୍କ ସଂଖ୍ୟାରେ ପଛରେ ପଡିଲା ଚୀନ

ନୂଆଦିଲ୍ଲୀ: କରୋନା ସଂକ୍ରମିତ ସଂଖ୍ୟାରେ ଚୀନକୁ ଟପିଲା ଭାରତ । ଭାରତରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ୮୩ ହଜାର ପାର । ଚୀନରେ ଆକ୍ରାନ୍ତଙ୍କ ସଂଖ୍ୟା ୮୨ ହଜାର ୧୦୩ ରହିଛି  । ଭାରତରେ ମୃତ୍ୟୁ ସଂଖ୍ୟା ୨ ହଜାର ୬୪୯ ରହିଛି । ଚୀନର ମୃତ୍ୟୁ ସଂଖ୍ୟା ୪ ହଜାର ୬୩୩ ରହିଛି । ନୂଆ ଆକ୍ରାନ୍ତ ତାଲିକାରେ ଭାରତ ବର୍ତ୍ତମାନ ୧୧ ନମ୍ବର ତାଲିକାକୁ ଚାଲି ଆସିଛି । ପୂର୍ବରୁ ଚୀନ ୧୧ ନମ୍ବରରେ ରହିଥିବା ବେଳେ ଭାରତ ୧୨ ନମ୍ବରରେ ରହିଥିଲା । ଭାରତରେ ଏବେ ୫୧ ହଜାରରୁ ଅଧିକ ସକ୍ରିୟ ମାମଲା ରହିଛି । ଏପଟେ ମହାରାଷ୍ଟ୍ରରେ କରୋନାର ତାଣ୍ଡବ ଜାରି ରହିଛି । ରାଜ୍ୟରେ ୨୭ ହଜାର ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ମୃତ୍ୟୁ ସଂଖ୍ୟା ୧୦୧୯ ଟପିଛି । ବଡ କଥା ହେଲା ୬୦୦ରୁ ଅଧିକ ଲୋକଙ୍କର କେବଳ ମେ ମାସରେ ହିଁ ମୃତ୍ୟୁ ହୋଇଛି ।

ସେହିଭଳି ଗୁଜୁରାଟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୫୮୬ ପାର ହୋଇଛି । ତାମିଲନାଡୁରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ବଢିବାରେ ଲାଗିଛି । ରାଜ୍ୟରେ ୧୦ ହଜାର ପାଖାପାଖି ପହଁଚିଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ଏଥିସହ ୬୬ ଜଣ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଦିଲ୍ଲୀରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ଟପିଥିବା ବେଳେ ୧୧୫ ଜଣ ଲୋକଙ୍କ ମୃତ୍ୟୁ ହୋଇସାରିଛି । ସେହିଭଳି ରାଜସ୍ଥାନରେ ୪୫୩୫ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୧୨୫ ଜଣଙ୍କର ମୃତ୍ୟୁ ହୋଇଛି । ମଧ୍ୟପ୍ରଦେଶରେ ୪ ହଜାର ୪୨୬ ଜଣ କରୋନା ସଂକ୍ରମଣ ହୋଇଥିବା ବେଳେ ୨୩୭ ଜଣଙ୍କର ମୃତ୍ୟୁ ହୋଇଛି ।  ସେପଟେ ବିଶ୍ୱରେ ୪୫ ଲକ୍ଷରୁ ଅଧିକ ସଂକ୍ରମିତ ହୋଇଛନ୍ତି । ୩ ଲକ୍ଷରୁ ଅଧିକ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି ।  ୧୭ ଲକ୍ଷରୁ ଅଧିକ ସୁସ୍ଥ ହୋଇଥିବା ସୂଚନା ରହିଛି ।

 

Leave a Reply