ଦେଶରେ କରୋନା ସ୍ଥିତି: ୨୪ ଘଣ୍ଟା ମଧ୍ୟରେ ୯୦୫ ନୂଆ ମାମଲା, ୫୧ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୯୦୫ ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଛି ଓ ୫୧ ଜଣଙ୍କ ମୃତ୍ୟୁ ହୋଇଛି । ଏଯାବତ୍ ମୋଟ ୯୮୦ ଜଣ ସୁସ୍ଥ ମଧ୍ୟ ହୋଇଥିବା ବେଳେ ୧୪୧ ଜଣ ଲୋକ ଗୋଟିଏ ଦିନରେ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୯୩୫୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩୨୪ ଜଣଙ୍କ ମୃତ୍ୟୁ ହୋଇଥିବା ସୋମବାର ସନ୍ଧ୍ୟା ୬ଟାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
କରୋନା ନେଇ ଭଲ ଖବର: ଗତ ୧୪ ଦିନ ମଧ୍ୟରେ ଦେଶର ୨୫ ଜିଲ୍ଲାରୁ ଆସିନ ନୂଆ ମାମଲା
ସ୍ୱାସ୍ଥ୍ୟ ମନ୍ତ୍ରଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିବାନୁଯାୟୀ, ୧୫ ରାଜ୍ୟର ୨୫ ଜିଲ୍ଲାରେ ପ୍ରଥମେ କିଛି ମାମଲା ସାମ୍ନାକୁ ଆସିଥିଲେ । କିନ୍ତୁ ଗତ ୧୪ ଦିନ ମଧ୍ୟରେ ଅନ୍ୟ କୌଣସି ମାମଲା ସାମ୍ନାକୁ ଆସିନାହିଁ ।
ଭାରତୀୟ ଆର୍ୟୁବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମ୍ଆର)ର ଅଧିକାରୀଙ୍କ ସୂଚନା ଅନୁଯାୟୀ, କରୋନା ଭାଇରସ୍ ଦ୍ୱାରା ଏଯାବତ୍ ୨ ଲକ୍ଷରୁ ଊର୍ଦ୍ଧ୍ୱ ଯାଞ୍ଚ ହୋଇସାରିଛି । ଆଗାମୀ ୬ ପର୍ଯ୍ୟନ୍ତ ଯାଞ୍ଚ କରିବାକୁ ଆମ ପାଖରେ ପର୍ଯ୍ୟାପ୍ତ ସାଧନ ରହିଛି ।
ଅପରପକ୍ଷରେ ମହାରାଷ୍ଟ୍ରରେ ଏଯାବତ୍ ସର୍ବାଧିକ ସଂଖ୍ୟାରେ ଆକ୍ରାନ୍ତ ହୋଇଛନ୍ତି । ଏଠାରେ ୧୯୮୫ ଜଣ ଲୋକଙ୍କ ରିପୋର୍ଟ ପଜିଟିଭ ଆସିଛି । ଏମାନଙ୍କ ମଧ୍ୟରୁ ୨୧୭ ଜଣ ସୁସ୍ଥ ହୋଇଥିବା ବେଳେ ୧୪୯ ଜଣଙ୍କ ମୃତ୍ୟୁ ହୋଇଛି ।