ରାଜ୍ୟରେ ଆଉ ୬ ମୁଣ୍ଡ ନେଲା କରୋନା, ଗଞ୍ଜାମରେ ସର୍ବାଧିକ
1 min readଭୁବନେଶ୍ୱର: ରାଜ୍ୟରେ ଆଉ ୬ ମୁଣ୍ଡ ନେଲା କରୋନା । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବୁଧବାର ସକାଳୁ ରାଜ୍ୟ ପାଇଁ ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ସାମ୍ନାକୁ ଆସିଛି । ପ୍ରଥମେ ସକାଳୁ ଏକାଥରକେ ୫୨୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହାର କିଛି ସମୟ ପରେ ୬ ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଛି । ତେବେ ଏହି ୬ଜଣ କରୋନା ପାଇଁ ଚିକିତ୍ସିତ ହେଉଥିବା ବେଳେ ମେଡିକାଲରେ ମୃତ୍ୟୁ ବରଣ କରିଛନ୍ତି ।
ମୃତକଙ୍କ ମଧ୍ୟରୁ ଜଣେ ରାୟଗଡ଼ାର ୮୦ ବର୍ଷର ବୃଦ୍ଧ ଥିବା ବେଳେ ଆଉ ଜଣେ ଗଞ୍ଜାମର ୫୬ ବର୍ଷୀୟ ବୃଦ୍ଧ ବୋଲି ଜଣାପଡ଼ିଛି । ତେବେ ରାୟଗଡ଼ାର ବୃଦ୍ଧ ଜଣକ Chronic Obstructive Pulmonary ରୋଗରେ ପୀଡ଼ିତ ଥିଲେ ।
Regret to inform the demise of 6 Covid positive cases while under treatment in hospital.
1. Male patient aged 80 years of Rayagada district. Also suffering from Chronic Obstructive Pulmonary Disease.
2. Male patient aged 56 years of Ganjam district.
— H & FW Dept Odisha (@HFWOdisha) July 8, 2020
ସେହିଭଳି ତୃତିୟ ମୃତକ ହେଉଛନ୍ତି, କେନ୍ଦ୍ରାପଡ଼ାର ୪୯ ବର୍ଷୀୟ ବ୍ୟକ୍ତି । ସେ ଡାଇବେଟିସ୍ ରୋଗରେ ଆକ୍ରାନ୍ତ ଥିଲେ । ଅନ୍ୟପଟେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଜଣେ ୫୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।
3. Male patient aged 49 years of Kendrapara district. Also suffering from Diabetes.
4. Male patient aged 55 years of Bhubaneswar.
5. Male patient aged 64 years of Ganjam. Also suffering from Diabetes.
6. Female patient aged 50 years of Ganjam. Also suffering from Diabetes.
— H & FW Dept Odisha (@HFWOdisha) July 8, 2020
ସେହିଭଳି ଗଞ୍ଜାମର ୬୪ ବର୍ଷୀୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଖବର ରହିଛି । ସେ ମଧ୍ୟ ଡାଇବେଟିସ୍ରେ ଆକ୍ରାନ୍ତ ଥିଲେ । ଅନ୍ୟପଟେ ଜଣେ ୫୦ ବର୍ଷୀୟ ମହିଳା ମଧ୍ୟ କରୋନା ଆକ୍ରାନ୍ତରେ ମୃତ୍ୟୁ ବରଣ କରିଛନ୍ତି । ସେ ମଧ୍ୟ ଡାଇବେଟିସ୍ରେ ଆକ୍ରାନ୍ତ ଥିଲେ ।