spot_img

Latest Posts

ରାଜ୍ୟରେ ଆଉ ୫୬୫ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ? ଆସିଲା ରାଜଧାନୀର ନୂଆ ତଥ୍ୟ…

ଭୁବନେଶ୍ୱର: ରାଜ୍ୟ ପାଇଁ ଆଉ ଏକ ଭଲ ଖବର । ଓଡ଼ିଶାରେ ପୁଣି ୫୬୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ରାଜ୍ୟରେ ଗୋଟିଏ ପଟେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବା ବେଳେ ଅନ୍ୟପଟେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି । ତେବେ ରାଜ୍ୟରେ ଆଜି ୫୬୫ ସୁସ୍ଥଙ୍କୁ ମିଶାଇ ଏବେ ସୁଦ୍ଧା ମୋଟ ୭,୯୭୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଏହି ୫୬୫ ଜଣ ସୁସ୍ଥଙ୍କ ମଧ୍ୟରେ ୧୮୫ ଜଣ ଗଞ୍ଜାମର ଥିବା ବେଳେ ୮୫ ଜଣ ରାୟଗଡ଼ାର, ୪୫ ଜଣ ବଲାଙ୍ଗିରର, କଟକର ୩୨, ମାଲକାନଗିରିର ୩୦, ବରଗଡ଼ର ୨୪, ସୁନ୍ଦରଗଡ଼ର ୨୪, ଅନୁଗୁଳର ୨୩, ବାଲେଶ୍ୱରର ୧୭, ଜଗତସିଂହପୁରର ୧୭, ଖୋର୍ଦ୍ଧାର ୧୫, ଯାଜପୁରର ୧୩, କେନ୍ଦ୍ରାପଡ଼ାର ୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେହିଭଳି ଗଜପତି, ଝାରସୁଗୁଡ଼ା ଓ ନବରଙ୍ଗପୁରର ୮ ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୟୁରଭଞ୍ଜରୁ ୭, ଭଦ୍ରକରୁ ୪, ପୁରୀରୁ ୩ ଜଣ ସୁସ୍ଥ ହୋଇଥିବା ବେଳେ ଢ଼େଙ୍କାନାଳ ଓ କେନ୍ଦୁଝରରୁ ୨ ଜଣ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟପଟେ ବୌଦ୍ଧ, କନ୍ଧମାଳ ଓ ସମ୍ବଲପୁରର ମଧ୍ୟ ଜଣେ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ତେବେ ରାଜ୍ୟ ରାଜଧାନୀରେ ମଧ୍ୟ ୪୫ ନୂଆ ଆକ୍ରାନ୍ତଙ୍କ ତଥ୍ୟ ସାମ୍ନାକୁ ଆସିଛି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏନେଇ ଟ୍ୱିଟ୍‌ ମାଧ୍ୟମରେ ସୂଚନା ଦିଆଯାଇଛି । ଜାଣିବା ପାଇଁ  ଦେଖନ୍ତୁ…

Latest Posts

Don't Miss