ରାଜ୍ୟରେ ଆଉ ୧୪୩ କରୋନା ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ ଆଉ କେତେ ରହିଲେ ସକ୍ରିୟ
1 min readରାଜ୍ୟରେ ଆଉ ୧୪୩ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ୧୪୩ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏବେ ମୋଟ୍ ୩୮୬୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଏହି ୧୪୩ ମଧ୍ୟରେ ଗଜପତିରୁ ୧୮ ଜଣ ରହିଥିବା ବେଳେ ବରଗଡ଼ରୁ ୧୫ ଜଣ, ମାଲକାନଗିରିରୁ ୧୫ ଜଣ, ପୁରୀରୁ ମଧ୍ୟ ୧୫ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ବଲାଙ୍ଗିରରୁ ୧୨ ଜଣ, କଟକରୁ ୧୦ ଜଣ, ଖୋର୍ଦ୍ଧାରୁ ୯ ଜଣ, ମୟୁରଭଞ୍ଜରୁ ୮ ଜଣ ସୁସ୍ଥ ହୋଇଛନ୍ତି ।
Another 143 #Covid19 patients have recovered and are being discharged on 22.6.2020.
18 from Gajapati
15 from Baragarh
15 from Malkangiri
15 from Puri
12 from Bolangir
10 from Cuttack
9 from Khurdha
8 from Mayurbhanj
6 from Kendrapara
(1/2)— H & FW Dept Odisha (@HFWOdisha) June 22, 2020
ଅନ୍ୟପଟେ କେନ୍ଦ୍ରାପଡ଼ାରୁ ୬ ଜଣ ସୁସ୍ଥ ହୋଇଥିବା ବେଳେ ବାଲେଶ୍ୱର, ଢ଼େଙ୍କାନାଳ ସମ୍ବଲପୁରରୁ ୫ ଜଣ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଖାଲି ସେତିକି ନୁହେଁ ଭଦ୍ରକ, ବୌଦ୍ଧ, ଜଗତସିଂହପୁର, ଯାଜପୁର ଓ କଳାହାଣ୍ଡିରୁ ୩ ଜଣ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
5 each from Balasore, Dhenkanal and Sambalpur
3 each from Bhadrak, Boudh, Jagatsinghpur, Jajpur & Kalahandi
2 each from Kandhamal & Keonjhar
1 from Sundergarh.The total recovered cases of #Odisha now stand at 3863.
(2/2)— H & FW Dept Odisha (@HFWOdisha) June 22, 2020
ସେହିଭଳି କନ୍ଧମାଳନ ଓ କେନ୍ଦୁଝରରୁ ମଧ୍ୟ ଦୁଇ ଜଣ ସୁସ୍ଥ ହୋଇଥିବା ବେଳେ ଜଣେ ଆକ୍ରାନ୍ତ ସୁନ୍ଦରଗଡ଼ରୁ ସୁସ୍ଥ ହୋଇଛନ୍ତି ।
ତେବେ ରାଜ୍ୟରେ ଏବେ ସୁଦ୍ଧା ୫,୩୦୩ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି ସେଥିମଧ୍ୟରୁ ୩,୮୬୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୪୧୯ଟି ମାମଲା ଏବେ ସକ୍ରିୟ ରହିଛି । ଅନ୍ୟପଟେ ୧୫ରୁ ଅଧକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।