spot_img

Latest Posts

ସୋସିଆଲ ମିଡିଆରେ ଯୋଗାଉଛନ୍ତି କରୋନା ଚିକିତ୍ସା, ସ୍ୱେଚ୍ଛାକୃତ ସେବାରେ ସାମିଲ ଡାକ୍ତର ଓ ସମାଜସେବୀ

ଭୁବନେଶ୍ୱର: ସୋସିଆଲ ମିଡିଆରେ କରୋନା ଚିକିତ୍ସା। ସଙ୍କଟ କାଳରେ ସଂଯୋଗର ସେତୁ। ସ୍ୱେଚ୍ଛାକୃତ ସେବାରେ ଡାକ୍ତର ଓ ସମାଜସେବୀ। ଭରସା ଜୁଟାଉଛି ଟେଲି ମେଡିସିନ୍। ଆଇସିୟୁ ହେଉ ବା ଅକ୍ସିଜେନ। ହସ୍ପିଟାଲରେ ଆଡମିସନ ହେଉବା ଡାକ୍ତରଙ୍କ ପ୍ରେସକ୍ରିପସନ। ଏବେ ସବୁକିଛି ହେବ ଅନଲାଇନରେ। କେବଳ ଓଡିଶା ନୁହେଁ, ସାରା ଭାରତର କୋଣ ଅନୁକୋଣରେ ଯଦି କୌଣସି ରୋଗୀର କିଛି ସମସ୍ୟା ରହିଲା, ତେବେ ସମାଧାନର ସୂତ୍ର କାଢୁଛନ୍ତି ଡାକ୍ତର ଓ ସ୍ୱେଛାସେବୀ। ଦିନକୁ ୧୨ ରୁ ୧୪ ଘଣ୍ଟା ସେମାନେ ଅନଲାଇନ ରହି ସେବା ଯୋଗାଇବା ସହ ଲକଡାଉନ ସମୟରେ ଅଯଥା ଘରୁ ନବାହାରି ଚିକିତ୍ସିତ ହେବାକୁ ପରାମର୍ଶ ଦେଉଛନ୍ତି। କେବଳ କୋଭିଡ ନୁହେଁ, ଅନ୍ୟ ଗୁରୁତର ରୋଗର ଚିକିତ୍ସା ଟେଲିମେଡିସିନ ମାଧ୍ୟମରେ ହେଉଥିବା ବେଳେ ଏଭଳି ପ୍ରୟାସକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।

ଏହି ସଂକଟ ସମୟରେ ଗୋଟିଏ ରୋଗର ନିରାକରଣ କରିବାକୁ ଯାଇ ରୋଗୀ ଓ ତାଙ୍କ ସମ୍ପର୍କୀୟ ଆଉ ଏକ ବଡ଼ ରୋଗକୁ ନିମନ୍ତ୍ରଣ କରିବାର ସମ୍ଭାବନା ଅଧିକ ରହିଛି। ଅନ୍ୟପକ୍ଷରେ ଆଭ୍ୟନ୍ତରିଣ ଗାଁ, ଯେଉଁଠାରେ ଉନ୍ନତ ଚିକିତ୍ସା ଅପହଞ୍ଚ, ସେଭଳି ଲୋକେ ମଧ୍ୟ ଶଙ୍କାଗ୍ରସ୍ତ ନହୋଇ ଫୋନ ଯୋଗେ ପରାମର୍ଶ ନେଇପାରୁଛନ୍ତି। ଆଲୋଚନା ମାଧ୍ୟମରେ ଦୁଃସାଧ୍ୟ ରୋଗକୁ ମଧ୍ୟ ଭଲ କରାଯିବା ସହ ମାନସିକ ଚାପ ଓ ଆର୍ଥିକ ବୋଝ କମ କରାଯାଇପାରୁଛି। ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ସିଦ୍ଧାର୍ଥ ସାହୁଙ୍କ ତତ୍ୱାବଧାନରେ ଦେଶବ୍ୟାପୀ ଏକ ଗ୍ରୁପ ଜରିଆରେ ଟେଲିମେଡିସିନର ପ୍ରଚାର ପ୍ରସାର କରାଯାଇଥିବା ବେଳେ ତାଙ୍କୁ ଏ ମହତ କାର୍ଯ୍ୟରେ ସହଯୋଗର ହାତ ବଢ଼ାଇଛନ୍ତି ସେଲିବ୍ରିଟି ଓ ସମାଜସେବୀ।

ଟେଲିମେଡିସିନ ସେବାର ବ୍ୟାପକତା ପାଇଁ ସଚେତନତାର ଆବଶ୍ୟକତା ରହିଛି। ଏହାଦ୍ୱାରା କମ ମାନଵସମ୍ବଳ ପ୍ରୟୋଗ ହେବା ସହ ଡାକ୍ତରମାନେ ମଧ୍ୟ ସଂକ୍ରମିତ ହେବାରୁ ବଞ୍ଚିପାରିବେ।

Latest Posts

Don't Miss