କରୋନା ରୋଗୀଙ୍କୁ ଚିହ୍ନଟ କରିବା ପାଇଁ ମୃତୟନ ହେଲେ କରୋନା ସ୍ନିଫର ଡଗ୍ସ

1 min read

ଫିନଲ୍ୟାଣ୍ଡ: କରୋନା ରୋଗୀଙ୍କୁ ଚିହ୍ନଟ କରିବା ପାଇଁ ବିଭିନ୍ନ ପ୍ରକାରର ଉପାୟ ଖୋଜାଯାଉଛି । କିନ୍ତୁ ଏହିଥର କରୋନା ରୋଗୀଙ୍କୁ ଚିହ୍ନଟ କରିବାର ଅଭିନବ ଉପାୟ ବାହାର କରାଯାଇଛି । ଫିନଲ୍ୟାଣ୍ଡର ହେଲସିଙ୍କୀ ଏୟାରପୋର୍ଟରେ କରୋନା ସ୍ନିଫର ଡଗ୍ସ ମୃତୟନ ହୋଇଛନ୍ତି । ଖାସ କଥା ହେଉଛି ଏହି ପ୍ରକାରର କୁକୁର ୧୦ ମିନିଟରେ କରୋନା ରୋଗୀଙ୍କୁ ଚିହ୍ନଟ କରିବେ । ତେବେ ଏହିଭଳି ୪ଟି କୁକୁରକୁ ଏୟାରପୋର୍ଟରେ ମୃତୟନ କରାଯାଇଛି ।


ଏହି କରୋନା ସ୍ନିଫର ଡଗ୍ସଙ୍କ ନିକଟରେ ୯୪ରୁ ୧୦୦ ପ୍ରତିଶତ ପର୍ଯ୍ୟନ୍ତ କ୍ଷମତା ରହିଛି ସଂକ୍ରମିତଙ୍କୁ ଚିହ୍ନିବା ପାଇଁ । ଏଥିପାଇଁ କୌଣସି ବ୍ୟକ୍ତିକୁ କୌଣସି ପ୍ରକାରର ପରୀକ୍ଷଣ ବା ସ୍କାନିଂ କରିବାର ଆବଶ୍ୟକତା ନାହିଁ । ଏହି କୁକୁର କୌଣସି ପ୍ରକାରର ମେଡିକାଲ ପରୀକ୍ଷଣ ଅପେକ୍ଷା ଶୀଘ୍ର ଫଳାଫଳ ଦେଉଛନ୍ତି । ତେବେ ଏୟାରପୋର୍ଟରେ ପ୍ରଥମେ ସେଠାକାର ଷ୍ଟାଫ ଏବଂ ଭଲ୍ୟୁଣ୍ଟିୟର୍ସଙ୍କ ଯାଞ୍ଚ କରାଗଲା ।


ଏଥିପାଇଁ ଏକ କ୍ୟାବିନ ରହିଛି । ସେହି କ୍ୟାବିନ ଦେଇ ଲୋକଙ୍କୁ ଯିବାକୁ ପଡ଼ୁଛି । ଯାହାପରେ କୁକୁର ସାମାନ୍ୟ ଦୂରରୁ କରୋନା ରୋଗୀକୁ ଚିହ୍ନଟ କରୁଛି । ଏହି କୁକୁରଙ୍କୁ  ହେଲସିଙ୍କୀ ୟୁନିଭର୍ସିଟି ହସ୍ପିଟାଲର ବୈଜ୍ଞାନିକ ଏବଂ ପ୍ରଶାସନ ପ୍ରଶିକ୍ଷଣ ଦେଇଛନ୍ତି । ତେବେ ଏହିଭଳି କୁକରଙ୍କୁ ଅନ୍ୟ ସ୍ଥାନ ଗୁଡ଼ିକରେ ମଧ୍ୟ ମୃତୟନ କରିବା ପାଇଁ ଯୋଜନା କରୁଛନ୍ତି ଫିନଲ୍ୟାଣ୍ଡ ସରକାର ।


ଖବର ଅନୁସାରେ କରୋନା ଭୂତାଣୁ ସଂକ୍ରମଣ କୁକୁରକୁ ହେବାର ସମ୍ଭାବନା ଖୁବ କମ ଥାଏ । କାରଣ ଏମାନଙ୍କ ଜିନରେ ସେହି ରିସେପ୍ଟର ନାହିଁ ଯାହା କୋଭିଡ-୧୯ ଭାଇରସକୁ ଆକର୍ଷିତ କରିପାରିବ ।

Leave a Reply