ଦେଶରେ ବଢୁଛି କରୋନା କାୟା, ୭୪ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଡରାଉଛି କରୋନା । ଭାରତରେ ପ୍ରଥମ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ । କର୍ଣ୍ଣାଟକରେ ଚିକିତ୍ସାଧିନ ଅବସ୍ଥାରେ ୭୬ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । କିଛି ଦିନ ତଳେ ତାଙ୍କ ରକ୍ତ ପରୀକ୍ଷାରେ ପଜିଟିଭ ରିପୋର୍ଟ ଆସିଥିଲା । ତେଣୁ ସେ ଚିକିତ୍ସାଧିନ ଥିଲେ । ସେ ନିକଟରେ ସାଉଦି ଆରବରୁ ଫେରିଥିଲେ । ଚିକିତ୍ସା ପାଇଁ ତାଙ୍କୁ ତେଲଙ୍ଗାନାର ଏକ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ମୃତକଙ୍କ ସମ୍ପର୍କରେ ଆସିଥିବା ସମସ୍ତଙ୍କ ଉପରେ ନଜର ରହିଛି ।

କରୋନା ମୁକାବିଲା ପାଇଁ ପ୍ରସ୍ତୁତ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ସେପଟେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪ରେ ପହଞ୍ଚିଛି । ଏଥିମଧ୍ୟରୁ ୧୬ଟି ନୂଆ କେସ୍‌ ସାମନାକୁ ଆସିଛି । କେବଳ ମହାରାଷ୍ଟ୍ରରେ ୧୧ ଜଣ ଏବଂ ଦିଲ୍ଲୀ, ଲଦାଖ, ଉତ୍ତରପ୍ରଦେଶ ଓ ଆନ୍ଧ୍ରପ୍ରଦେଶରେ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଜଣେ ବିଦେଶୀ ନାଗରିକଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି । ସେପଟେ ଆତଙ୍କିତ ନହୋଇ ସତର୍କ ରହିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରାମର୍ଶ ଦେଇଛନ୍ତି । ଅନାବଶ୍ୟକ ବିଦେଶ ଯାତ୍ରା ନକରିବାକୁ କହିଛନ୍ତି । ଆଗାମୀ ଦିନରେ କୌଣସି କେନ୍ଦ୍ର ମନ୍ତ୍ରୀ ମଧ୍ୟ ବିଦେଶ ଯାତ୍ରା କରିବେ ନାହିଁ ବୋଲି ମୋଦି କହିଛନ୍ତି ।

କାୟା ମେଲାଉଥିବା କରୋନାରୁ କେମିତି ଦୁରେଇ ରହିବେ ?

କରୋନା ଭାଇରସ୍‌ର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି କେନ୍ଦ୍ର ସରକାର । ଏନେଇ ସବୁ ରାଜ୍ୟକୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି । ଦିଲ୍ଲୀରେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସ୍କୁଲ, କଲେଜ ଓ ସିନେମା ହଲ୍‌କୁ ବନ୍ଦ କରାଯାଇଛି । ସାରା ବିଶ୍ୱରେ କରୋନା ପ୍ରାୟ ୪୬ ଶହ ଲୋକଙ୍କ ଜୀବନ ନେଲାଣି । ୧ ଲକ୍ଷ ୨୫ ହଜାରରୁ ଅଧିକ ଲୋକ ଭାଇରସରେ ସଂକ୍ରମିତ ହୋଇଛନ୍ତି । କେବଳ ଇଟାଲୀରେ ହିଁ କରୋନାରେ ହଜାରେରୁ ଅଧିକ ଜୀବନ ଗଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ୧୮୯ ଲୋକଙ୍କ ମୃତ୍ୟୁ ହୋଇଛି ।

Leave a Reply