କରୋନା ଭୟରେ ଗାଁ ଛାଡ଼ିଲେ ୬୦ ପରିବାର

କର୍ଣ୍ଣାଟକ: ଘର ଥାଇ ମଧ୍ୟ ବେଘର ହୋଇପଡ଼ିଛନ୍ତି ୬୦ ପରିବାର । ବାହାରେ ବିତାଉଛନ୍ତି ଯାଯାବର ଜୀବନ । ସେମାନଙ୍କୁ ଦେଖିଲେ ମନେ ହେଉଛି ଯେମିତି କରୋନା ନେଉଛି ନିରବ ପ୍ରତିଶୋଧ । ମହାମାରୀ କରୋନାର ଭୟ ଏବେ ଦିଲ୍ଲୀରୁ ପଲି ଗାଁଠୁ ସହର ସମସ୍ତଙ୍କୁ ଘାରିଛି । ସ୍ଥିତି ଏଭଳି ହୋଇଛି ଯିଏ ଯେଉଁଠି ଅଛନ୍ତି ସିଏ ସେଠି ରହି ଯାଇଛନ୍ତି । ଗାଁ ବୁଝୁଛି, ହେଲେ ଅମାନିଆ ହେଉଛନ୍ତି ସହରିଆ । କର୍ଣ୍ଣାଟକରେ କରୋନା ପାଇଁ ଗାଁ ଛାଡିଛନ୍ତି ୬୦ ପରିବାର ।

କର୍ଣ୍ଣାଟକ ଟୁମାକୁରୁ ଅଞ୍ଚଳର ମୁଦେନା ହାଲି ଗାଁର ଏବେ ପୂରା ଖାଲି । ଏହି ଗାଁ ଲୋକଙ୍କୁ ଘାରିଛି କରୋନା ଭୟ । ସଚେତନ ରହିବା ସହ କରୋନାର ମୁକାବିଲା କରିବା ପାଇଁ ଗାଁ ଲୋକେ ନିଜ ଭିଟାମାଟି ଛାଡି ଏବେ ବେଘର ହୋଇଯାଇଛନ୍ତି । କାରଣ ଏମାନେ ବୁଝିଛନ୍ତି କରୋନା କ’ଣ । ସେଥିପାଇଁ ମୁଦେନା ହାଲି ଗାଁର ଲୋକେ ଘର ଛାଡି ପାଖ ବିଲକୁ ଆସି ଯାଇଛନ୍ତି । ଗାଁ ଲୋକଙ୍କ କହିବା କଥା, ଏବେ କରୋନା ଭୂତାଣୁ କାୟା ବିସ୍ତାରେ କରିବାରେ ଲାଗିଛି, ଏହାର ମୁକାବିଲା କରିବା ନିହାତି ଜରୁରୀ, ଏଥିପାଇଁ ସାମାଜିକ ଦୂରତା ନିହାତି ଆବଶ୍ୟକ । ତେଣୁ ଆମେ ସମସ୍ତେ ଏବେ ଗାଁ ଛାଡି ବାହାରକୁ ଆସି ଯାଇଛୁ । ତେବେ ଏକ ସାହାସିକତାର କାମ ଗୋଟିଏ କି ଦୁଇଟି ପରିବାର ନୁହେଁ, ବରଂ ପ୍ରାୟ ୬୦ଟି ପରିବାର ଏବେ ଗାଁ ଛାଡି ବାହାରେ ରହୁଛନ୍ତି । ସାଥିରେ ଅଛନ୍ତି ସେମାନଙ୍କ ପିଲା ଛୁଆ ସମେତ ନିତ୍ୟ ଆବଶ୍ୟକ ସାମଗ୍ରୀ । ଏମାନେ ଏଠି କେତେ ଦିନ ରହିବେ ତାହା ଜାଣନ୍ତି ନାହିଁ, ହେଲେ କରୋନାର ମୁ୍କାବିଲା କରିବା ପାଇଁ ଏହା ଜରୁରି ବୋଲି ସେମାନେ ମନେ କରିଛନ୍ତି । ଗୋଟିଏ ପଟେ ଶିଖିତ ସହରିଆ ଲକଡାଉନ ନ ମାନି ପୋଲିସକୁ ଆକ୍ରମଣ କରୁଛି ଅନ୍ୟପଟେ ଗାଁ ଲୋକେ ଲକଡାଉନ କଣ ବୁଝିଛନ୍ତି । କର୍ଣ୍ଣାଟକର  ମୁଦେନା ହାଲି ଗ୍ରାମବାସୀଙ୍କ ଏଭଳି ପଦକ୍ଷେପ ନିହାତି ଭାବେ ସ୍ୱାଗତଯୋଗ୍ୟ ।

Leave a Reply