କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ୫୬,୩୫୨, ବିଶ୍ୱରେ ୩୮,୪୫,୭୧୮

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଲକ୍‌ଡାଉନ୍‌ ସତ୍ତ୍ୱେ ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି । ଦେଶରେ ସ୍ୱାବ୍‌ ଟେଷ୍ଟିଂ ଯେତେ ଅଧିକ ମାତ୍ରାରେ କରାଯାଉଛି ସେତେ ମାତ୍ରାରେ ପଜିଟିଭ୍‌ ମାମଲା ସାମ୍ନାକୁ ଆସିଛି ।

ତେବେ ଶୁକ୍ରବାର ସକାଳ ୧୦ଟା ସୁଦ୍ଧା ଦେଶରେ ୫୬ ହଜାର ୩୫୨ଟି ମାମଲା ଚିହ୍ନଟ କରାଯାଇଛି । ଏହା ସହ ୧୮୮୬ ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇସାରିଥିବା ବେଳେ ୧୬ ହଜାର ୫୪୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ତେବେ ସାରା ବିଶ୍ୱରେ ଏବେ ସୁଦ୍ଧା ୨ ଲକ୍ଷ ୬୯ ହଜାର ୫୬୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇ ସାରିଛି । ଅନ୍ୟପଟେ ୩୮ ଲକ୍ଷ ୪୫ ହଜାର ୭୧୮ ଜଣ ଲୋକ କରୋନା ସଂକ୍ରମଣର ଶିକାର ହୋଇଛନ୍ତି । ସେହିଭଳି ୧୨ ଲକ୍ଷ ୮୪ ହଜାର ୭୪୧ ଜଣ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ତେବେ ଆଗାମୀ ଜୁନ୍‌ ଓ ଜୁଲାଇ ମାସରେ ଭାରତରେ କରୋନା ସଂକ୍ରମଣ ସର୍ବାଧିକ ସ୍ତରରେ ରହିବ ବୋଲି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି । ଯଦି ସାମାଜିକ ଦୂରତା ଓ ସ୍ୱଚ୍ଛତା ଅବଲମ୍ବନ କରାଯିବ ତେବେ କରୋନା ସଂକ୍ରମଣକୁ ହ୍ରାସ କରାଯାଇପାରିବ ।

Leave a Reply