ରାଜ୍ୟରେ ନୂଆ ୫୧ କରୋନା ସଂକ୍ରମିତ ଚିହ୍ନଟ,ସଂକ୍ରମିତଙ୍କ ସଂଖ୍ୟା ୧୧୦୩କୁ ବୃଦ୍ଧି

ଭୁବନେଶ୍ୱର: ଦିନ ବଢିବା ସହ ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଆଜି ରାଜ୍ୟରେ ନୂଆ ୫୧ଟି କରୋନା ମାମଲା ସାମ୍ନାକୁ ଆସିଛି । ଗତକାଲି ୭୪ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଆଜି ୫୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୦୩କୁ ବୃଦ୍ଧି ପାଇଛି । ତେବେ ଆଜି ଚିହ୍ନଟ ହୋଇଥିବା ସମସ୍ତ ସଂକ୍ରମିତ କ୍ୱାରେଣ୍ଟାଇନ ସେଣ୍ଟରରେ ଥିବା ସୂଚନା ।

ତେବେ ବର୍ତ୍ତମାନ କରୋନାର ଆକ୍ଟିଭ କେସ୍ ୭୫୩ ଏବଂ ୩୪୩ ସୁସ୍ଥ ହୋଇଛିନ୍ତି  । ଏବଂ ରାଜ୍ୟରେ କରୋନାରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି । ତେବେ ରାଜ୍ୟରେ ବର୍ତ୍ତମାନ ୨୪ଟି ଜିଲ୍ଲାରେ କରୋନା କାୟା ବିସ୍ତାର କରିଛି ।

ରାଜ୍ୟରେ ହଜାରେ ପାର ହେଲା ସଂକ୍ରମିତଙ୍କ ସଂଖ୍ୟା, କରୋନା ମ୍ୟାପରେ ମାଲକାନଗିରି

ନୂଆ ୫୧ଜଣ ପଜେଟିଭଙ୍କ ମଧ୍ୟରୁ ଗଞ୍ଜାମରୁ ୪, ଯାଜପୁରରୁ ୫, ପୁରୀରୁ ଜଣେ , ଜଗତସିଂହପୁରରୁ ୨ଜଣ, ଅନୁଗୁଳରୁ ୨ଜଣ,  କଟକ ୯ଜଣ, ମୟୁରଭଞ୍ଜ ୩, କଳାହାଣ୍ଡିରୁ ୧୧, ମାଲକାନଗିରି ଜଣେ, ନୟାଗଡ଼୧୧, ସମ୍ବଲପୁରରୁ୨ ସଂକ୍ରମିତ ଚିହ୍ନଟ ।

Leave a Reply