ରାଜ୍ୟରେ ହଜାରେ ପାର ହେଲା ସଂକ୍ରମିତଙ୍କ ସଂଖ୍ୟା, କରୋନା ମ୍ୟାପରେ ମାଲକାନଗିରି

ଭୁବନେଶ୍ୱର: ରାଜ୍ୟରେ ବାରମ୍ବାର ବଢ଼ିବାକୁ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । କେବଳ କ୍ୱାରେଣ୍ଟାଇନରେ ରହିଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି କରୋନା ସଂକ୍ରମଣ । ତେବେ ବୁଧବାର ସକାଳୁ ରାଜ୍ୟରେ ନୂଆ ୭୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ନୂଆ ୭୪ ଜଣ ପଜିଟିଭଙ୍କ ମଧ୍ୟରୁ ୭୨ ଜଣ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରେ ରହିଥିବା ବେଳେ ୨ ଜଣ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି ।

ଏହାସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୨କୁ ବୃଦ୍ଧି ହୋଇଛି । ୧୦୫୨ ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ବୌଦ୍ଧରୁ ୨୮ ଜଣ କରୋନା ପିଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଠାରେ ଏବେ ୩୩ରେ ପହଞ୍ଚିଛି କରୋନା ସଂଖ୍ୟା । କଟକରୁ ୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରେ କରୋନା ଗ୍ରାଫ ଏବେ ୩୬ରେ ପହଞ୍ଚିଛି । ଗଞ୍ଜାମରୁ ୬ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ୩୧୩ରେ ପହଞ୍ଚିଛି କରୋନା ସଂଖ୍ୟା ।

ଯାଜପୁରରେ ୬ଜଣ କରୋନା ଚିହ୍ନଟ ପରେ ୧୭୪ ରହିଛି ପଜିଟିଭ ସଂଖ୍ୟା । ସେହିଭଳି କେନ୍ଦ୍ରାପଡ଼ା ଏବଂ ମାଲକାନଗିରିରୁ ୨ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ କରୋନା ତାଲିକାରେ ମାଲକାନଗିରି ଯୋଡ଼ି ହୋଇଛି । ସେପଟେ ବାଲେଶ୍ୱର, ଢ଼େଙ୍କାନାଳ ଏବଂ କନ୍ଧମାଳରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୦୫୨ ଜଣଙ୍କ ମଧ୍ୟରୁ ୭୩୯ ଜଣ ସକ୍ରିୟ ରହିଥିବା ବେଳେ ସୁସ୍ଥ ହୋଇଛନ୍ତି ୩୦୭ ଜଣ ଏବଂ ଜଣଙ୍କର ମୃତ୍ୟୁ ହେବା ସହ ମୃତକଙ୍କ ସଂଖ୍ୟା  ୬କୁ ବୃଦ୍ଧି ପାଇଛି ।

Leave a Reply