କାୟା ମେଲାଉଛି କୋରୋନା, ୭ ମାସର ରେକର୍ଡ ଭାଙ୍ଗି ପଜିଟିଭ ଛୁଇଁଲାଣି ୮୦୦
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ନୂଆ ୭୯୭ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏବେ ସର୍ବମୋଟ ପଜିଟିଭ ସଂଖ୍ୟା ୪୦୯୧ରେ ପହଞ୍ଚିଛି । ଚଳିତ ବର୍ଷ ମେ ୧୯ ପରେ ଦିନକରେ କୋରୋନା ଭାଇରସ ସଂକ୍ରମଣ ଏତେ ସଂଖ୍ୟାରେ ପହଞ୍ଚିଛି । ୭ ମାସ ପରେ ଭାରତରେ ଦିନକରେ କୋଭିଡ ସଂଖ୍ୟା ପାଖାପାଖି ୮୦୦ ଛୁଇଁଛି ।
ସେହିପରି ୨୪ ଘଣ୍ଟାରେ କୋରୋନା ସଂକ୍ରମଣରେ ୫ ଜଣଙ୍କ ମୃତ୍ୟୁ ହୋଇଛି । କେରଳରେ ୨, ମହାରାଷ୍ଟ୍ର, ପଣ୍ଡିଚେରୀ ଓ ତାମିଲନାଡୁରେ ୨୪ ଘଣ୍ଟା ମଧ୍ୟରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି ।
ଏହା ପୂର୍ବରୁ ଦେଶରେ ମେ ୧୯ରେ ୮୬୫ ନୂଆ କୋଭିଡ ମାମଲା ସାମନାକୁ ଆସିଥିଲା । ଗତ ଡିସେମ୍ବର ୫ ପର୍ଯ୍ୟନ୍ତ ଦୈନିକ ମାମଲା ସଂଖ୍ୟା ଦୁଇ ଅଙ୍କରେ ରହିଥିଲା ।
୨୦୨୦ରୁ ବର୍ତ୍ତମାନ ସୁଦ୍ଧା ୪ ବର୍ଷ ମଧ୍ୟରେ ଦେଶରେ ପ୍ରାୟ ସାଢେ ଚାରି କୋଟିରୁ ଅଧିକ ଲୋକେ କୋରୋନାରେ ସଂକ୍ରମିତ ହୋଇଥିରଲେ । ସାଢେ ୫ ଲକ୍ଷରୁ ଅଧିକ କୋରୋନାରେ ପ୍ରାଣ ହରାଇଥିଲେ । ସେପଟେ ଦେଶରେ କୋଭିଡ ୧୯ ଟୀକାକରଣ ଅଭିଯାନରେ ବର୍ତ୍ତମାନ ସୁଦ୍ଧା ୨୨୦.୬୭ କୋଟି ଲୋକେ ଟୀକା ନେଇସାରିଛନ୍ତି ।