ରାଜ୍ୟରେ କୋଭିଡ ହସ୍ପିଟାଲ ବ୍ୟତୀତ ଅନ୍ୟ କେଉଁଠି ଚିକିତ୍ସିତ ହୋଇପାରିବେନି କରୋନ ରୋଗୀ

1 min read

ଭୁବନେଶ୍ୱର: ରାଜ୍ୟର କୌଣସି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାହାନ୍ତି କୋଭିଡ-୧୯ ପଜିଟିଭ୍‌ ରୋଗୀ । ଏଣୁ ହସ୍ପିଟାଲକୁ ଚିକିତ୍ସା ପାଇଁ ସଂକ୍ରମିତ ହେବାର କୌଣସି ଆଶଙ୍କା ନାହିଁ । ଏଣୁ ଆପଣ ବିନା କୌଣସି ଦ୍ୱନ୍ଦ୍ୱରେ ଆପଣଙ୍କ ଜରୁରୀ ଥିଲେ ଆପଣ ଯାଇ ନିଜ ଚିକିତ୍ସା କରାଇପାରିବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ । କେବଳ କ୍ୟାପିଟାଲ ହସ୍ପିଟାଲରେ ଜଣେ ନେଗେଟିଭ୍‌ ରୋଗୀ ଅଛନ୍ତି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଲେ ତାଙ୍କୁ ଡିସଚାର୍ଜ କରାଯିବ ବୋଲି ଶ୍ରୀ ଧଳ କହିଛନ୍ତି ।

ଅପରପକ୍ଷରେ ପ୍ରତି ୧୦୦ କରୋନା ଆକ୍ରାନ୍ତ ମଧ୍ୟରୁ ୧୫ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ୁଛି । ଯେଉଁମାନଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଏ ସେମାନେ ପ୍ରଥମେ ୧୦୪ ନମ୍ୱରରେ କଲ୍‌ କରି ନିଜ ନାମକୁ ରେଜିଷ୍ଟ୍ରର କରି ଡାକ୍ତରଙ୍କ ପରାମର୍ଶ ମାନିବାକୁ କହିଛନ୍ତି ଡିଏମ୍‌ଇଟି ସିବିକେ ମହାନ୍ତି । ଯଦି ଆପଣଙ୍କ ଠାରେ ଲକ୍ଷଣ ବଢ଼େ ତେବେ ଆପଣଙ୍କୁ ନିକଟସ୍ଥ ଆଇସୋଲେସନ୍‌କୁ ପଠାଯିବ, ଏବଂ ସ୍ୱାବ୍‌ ପରୀକ୍ଷା କରାଯିବ । ଯଦି ଆପଣଙ୍କ ରିପୋର୍ଟ ପଜିଟିଭ୍‌ ରୁହେ ତେବେ ସ୍ୱତନ୍ତ୍ର ବ୍ୟବସ୍ଥାରେ ଆପଣକୁ କୋଭିଡ ହସ୍ପିଟାଲକୁ ନିଆଯିବ । ଯଦି ଆପଣଙ୍କ ଅନ୍ୟ କୌଣସି ଅସୁବିଧା ନଥାଏ ତେବେ ଆପଣ ନିଶ୍ଚିତ ସୁସ୍ଥ ହୋଇଫେରିବେ ।

Leave a Reply