ଆଜି ଆସିପାରେ କରୋନା ନୂଆ ଗାଇଡଲାଇନ୍‌, ବଦଳିପାରେ ପାର୍ବଣର ଗାଇଡଲାଇନ୍‌

ଭୁବନେଶ୍ୱର: ଆଜି ସରୁଛି ସେପ୍ଟେମ୍ବର ଗାଇଡଲାଇନ। ଆଜି ଆସିପାରେ ଅକ୍ଟୋବର ଗାଇଡଲାଇନ। ପୂର୍ବରୁ ସନ୍ଧ୍ୟା ୮ଟା ପରେ ନାଇଟକର୍ଫ୍ୟୁ ଲାଗୁଥିବା କାରଣରୁ ଦୋକାନ ବଜାର ସନ୍ଧ୍ୟା ୮ଟା ଯାଏଁ ଖୋଲା ରହୁଥିଲା। କିନ୍ତୁ ନୂଆ ଗାଇଡଲାଇନରେ ନାଇଟକର୍ଫ୍ୟୁର ସମୟସୀମା ବଦଳିଥିଲା। ନାଇଟ କର୍ଫ୍ୟୁକୁ ଉଠାଇ ଦିଆଯାଇଥିଲା। ସେହିଭଳି ପାର୍ବଣ ଋତୁକୁ ନଜରରେ ରଖି ସରକାର କିଛି କଟକଣା ଲଗାଇପାରନ୍ତି। ସଂକ୍ରମଣ କମୁଥିଲେ ମଧ୍ୟ ସମ୍ଭାବ୍ୟ ତୃତୀୟ ଲହର ପାଇଁ ସତର୍କ ରହିବା ଦରକାର। ସେଥିପାଇଁ ପୁର୍ବରୁ ନିର୍ଧାରିତ ହୋଇଥିବା ପାର୍ବଣ ପାଇଁ ଗାଇଡଲାଇନର ପୁଣିଥରେ ପରିବର୍ତ୍ତନ ହୋଇପାରେ। ସେପ୍ଟେମ୍ବର ଗାଇଡଲାଇନ୍‌ରେ ସାମାନ୍ୟ ପରିବର୍ତ୍ତନ କରାଯାଇପାରେ। ପାର୍ବଣ ସମୟରେ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ସରକାର କିଛି ସ୍ବତନ୍ତ୍ର ଗାଇଡଲାଇନ୍‌ ଆଣିପାରନ୍ତି।

Leave a Reply