ଆଶ୍ୱସ୍ତି: ଦୁନିଆ ଅପେକ୍ଷା ଦେଶରେ କମ ରହିଛି କରୋନା ମୃତ୍ୟୁହାର

1 min read

ନୂଆଦିଲ୍ଲୀ: ମହାମାରୀ କରୋନା ଦେଶରେ କାୟା ବିସ୍ତାର କରି ଚାଲିଛି । ଏବେ ଯାଏଁ ବିଶ୍ୱରେ କରୋନାରେ ୪୦ ଲକ୍ଷ ୫୮ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ୨ ଲକ୍ଷ ୮୧ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ବିଶ୍ୱର ୨୧୫ଟି ଦେଶ କରୋନା ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ଦେଶରେ ସ୍ଥିତି ଭଲ ରହିଛି । କରୋନା ସ୍ଥିତି ସମୀକ୍ଷା ପରେ ଏ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ।

ପ୍ରତିଦିନ ଦେଶରେ କରୋନା ଆରୋଗ୍ୟ ହାର ବଢ଼ୁଛି । ଆଜି ଦେଶରେ ଆରୋଗ୍ୟ ହାର ୩୧.୭ ପ୍ରତିଶତ ରହିଛିଷ । ସେହିପରି ବିଶ୍ୱର ଅନ୍ୟଦେଶ ଅପେକ୍ଷା ଭାରତରେ କରୋନା ମୃତ୍ୟୁହାର କମ ରହିଛି । ବିଶ୍ୱରେ କରୋନା ମୃତ୍ୟୁହାର ହାରାହାରି ୭ରୁ ୭.୫ ପ୍ରତିଶତ ରହିଥିବା ବେଳେ ଦେଶରେ ୩.୨ ପ୍ରତିଶତ ରହିଛି । ଦେଶର ଅଧିକାଂଶ ରାଜ୍ୟରେ ଏହି ହାର ଦେଶର ହାରଠାରୁ ମଧ୍ୟ କମ୍ ରହିଛି ।

ମୋଟା ଲୋକଙ୍କ ପାଇଁ ଯଥେଷ୍ଟ ନୁହେଁ ୧୪ଦିନର ଆଇସୋଲେସନ୍,ସେମାନଙ୍କ ପାଇଁ କରୋନା ବିପଦ ଡବଲ !

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୦ ହଜାର ୭୫୬ରେ ପହଞ୍ଚିଥିବା ବେଳେ କେବଳ ୦.୪୧ ପ୍ରତିଶତ ଆକ୍ରାନ୍ତଙ୍କୁ ଭେଣ୍ଟିଲେଟରର ଆବଶ୍ୟକତା ରହିଛି । ସେହିଭଳି ୧.୨ ପ୍ରତିଶତ ଆକ୍ରାନ୍ତ ଅକ୍ସିଜେନ୍ ଆବଶ୍ୟକ କରୁଛନ୍ତି । ୨ ପ୍ରତିଶତ କରୋନା ସଂକ୍ରମିତ ଆଇସିୟୁ ସର୍ପୋଟ ଆବଶ୍ୟକ କରୁଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ସୂଚନା ଦେଇଛନ୍ତି ।

Leave a Reply