RBI ଘୋଷଣା ପରେ ପ୍ରଧାନମନ୍ତ୍ରୀ କହିଲେ,କ୍ଷୁଦ୍ର ବ୍ୟବସାୟୀ,ଗରିବ ଓ ଚାଷୀଙ୍କୁ ମିଳିବ ଲାଭ

1 min read

ନୂଆଦିଲ୍ଲୀ: କରୋନା ସଂକଟ ମଧ୍ୟରେ ରିଜର୍ଭ ବ୍ୟାଙ୍କ ତରଫରୁ ଆଜି ବଡ ଘୋଷଣା ହୋଇଛି । ଆରବିଆଇ ରିଭର୍ସ ରେପୋ ରେଟ୍ ହ୍ରାସ କରି ବ୍ୟାଙ୍କ ଜମାରାଶି ଉପରେ ସୁଧ କମ କରିଛି । ଆରବିଆଇ ଦ୍ୱାରା ଦିଆଯାଇଥିବା ଏହି ଆଶ୍ୱସ୍ତି ଉପରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା ଆସିଛି । ଆରବିଆଇ ଦ୍ୱାର କରାଯାଇଥିବା ଘୋଷଣା କ୍ଷୁଦ୍ର ବ୍ୟବସାୟୀ,ଗରିବ ଓ ଚାଷୀଙ୍କୁ ଲାଭ ଦେବ ବୋଲି ସେ କହିଛନ୍ତି ।

ପିଏମ୍ ମୋଦି ନିଜ ଟ୍ୱିଟରେ କହିଛନ୍ତି ଯେ, ‘‘ ଆରବିଆଇର ଆଜିର ଘୋଷଣା ଦ୍ୱାରା ନଗଦ ପ୍ରବାହ ବଢିବ  ଓ ଲୋନ୍ ଯୋଗାଣର ସୁଧାର ଆସିବ । ଏହି ପଦକ୍ଷେପ ଦ୍ୱାରା କ୍ଷୁଦ୍ର ବ୍ୟବସାୟୀ,ଏମଏସଏମଇ,ଚାଷୀ ଓ ଗରିବଙ୍କୁ ସାହାଯ୍ୟ ମିଳିବ’’

ଆରବିଆଇ କରିଛି ଏହି ଘୋଷଣା

କରୋନା ଭାଇରସ ଜନିତ ସଂକଟ ଦ୍ୱାରା ଅର୍ଥନୀତି ପ୍ରଭାବିତ ହୋଇଛି । ମାନ୍ଦା ଅର୍ଥନୀତିକୁ ଗତି ପ୍ରଦାନ କରିବା ପାଇଁ  ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶୁକ୍ରବାର ଦିନ ରିଭର୍ସ ରେପୋ ରେଟରେ ୦.୨୫ ପ୍ରତିଶତ ହ୍ରାସ କରିଥିଲେ । ଏହା ସହ ବଜାରରେ ଯେମିତି ନଗଦ ଟଙ୍କାର ଅଭାବ ସୃଷ୍ଟି ନହୁଏ ସେଥିପାଇଁ ଆରବିଆଇ ୫୦ ହଜାର କୋଟିର ଅତିରକ୍ତ ବ୍ୟବସ୍ଥା କରିଛି । ।

ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ଶକ୍ତ କରିବା ପାଇଁ ଆରବିଆଇ ୫୦ ହଜାର କୋଟିର ସହାୟତା ଦେଇଛି । ନ୍ୟାସନାଲ ବ୍ୟାଙ୍କ ଫର ଏଗ୍ରିକଲଚର ଆଣ୍ଡ୍ ରୁରାଲ ଡେଭଲପମେଣ୍ଟକୁ ୨୫ ହଜାର କୋଟି, ସ୍ମଲ ଇଣ୍ଡଷ୍ଟ୍ରୀ ଡେଭଲପମେଣ୍ଟ୍ ବ୍ୟାଙ୍କ ଅଫ ଇଣ୍ଡିଆକୁ ୧୫ ହଜାର କୋଟି ଟଙ୍କା ଓ ନ୍ୟାସନାଲ ହାଉସିଂ ବ୍ୟାଙ୍କକୁ ୧୦ ହଜାର କୋଟିର ଅର୍ଥ ସହାୟତା ମିଳିବ ।

 

Leave a Reply