RBI ଘୋଷଣା ପରେ ପ୍ରଧାନମନ୍ତ୍ରୀ କହିଲେ,କ୍ଷୁଦ୍ର ବ୍ୟବସାୟୀ,ଗରିବ ଓ ଚାଷୀଙ୍କୁ ମିଳିବ ଲାଭ
1 min readନୂଆଦିଲ୍ଲୀ: କରୋନା ସଂକଟ ମଧ୍ୟରେ ରିଜର୍ଭ ବ୍ୟାଙ୍କ ତରଫରୁ ଆଜି ବଡ ଘୋଷଣା ହୋଇଛି । ଆରବିଆଇ ରିଭର୍ସ ରେପୋ ରେଟ୍ ହ୍ରାସ କରି ବ୍ୟାଙ୍କ ଜମାରାଶି ଉପରେ ସୁଧ କମ କରିଛି । ଆରବିଆଇ ଦ୍ୱାରା ଦିଆଯାଇଥିବା ଏହି ଆଶ୍ୱସ୍ତି ଉପରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା ଆସିଛି । ଆରବିଆଇ ଦ୍ୱାର କରାଯାଇଥିବା ଘୋଷଣା କ୍ଷୁଦ୍ର ବ୍ୟବସାୟୀ,ଗରିବ ଓ ଚାଷୀଙ୍କୁ ଲାଭ ଦେବ ବୋଲି ସେ କହିଛନ୍ତି ।
ପିଏମ୍ ମୋଦି ନିଜ ଟ୍ୱିଟରେ କହିଛନ୍ତି ଯେ, ‘‘ ଆରବିଆଇର ଆଜିର ଘୋଷଣା ଦ୍ୱାରା ନଗଦ ପ୍ରବାହ ବଢିବ ଓ ଲୋନ୍ ଯୋଗାଣର ସୁଧାର ଆସିବ । ଏହି ପଦକ୍ଷେପ ଦ୍ୱାରା କ୍ଷୁଦ୍ର ବ୍ୟବସାୟୀ,ଏମଏସଏମଇ,ଚାଷୀ ଓ ଗରିବଙ୍କୁ ସାହାଯ୍ୟ ମିଳିବ’’
Today’s announcements by @RBI will greatly enhance liquidity and improve credit supply. These steps would help our small businesses, MSMEs, farmers and the poor. It will also help all states by increasing WMA limits.
— Narendra Modi (@narendramodi) April 17, 2020
ଆରବିଆଇ କରିଛି ଏହି ଘୋଷଣା
କରୋନା ଭାଇରସ ଜନିତ ସଂକଟ ଦ୍ୱାରା ଅର୍ଥନୀତି ପ୍ରଭାବିତ ହୋଇଛି । ମାନ୍ଦା ଅର୍ଥନୀତିକୁ ଗତି ପ୍ରଦାନ କରିବା ପାଇଁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶୁକ୍ରବାର ଦିନ ରିଭର୍ସ ରେପୋ ରେଟରେ ୦.୨୫ ପ୍ରତିଶତ ହ୍ରାସ କରିଥିଲେ । ଏହା ସହ ବଜାରରେ ଯେମିତି ନଗଦ ଟଙ୍କାର ଅଭାବ ସୃଷ୍ଟି ନହୁଏ ସେଥିପାଇଁ ଆରବିଆଇ ୫୦ ହଜାର କୋଟିର ଅତିରକ୍ତ ବ୍ୟବସ୍ଥା କରିଛି । ।
ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ଶକ୍ତ କରିବା ପାଇଁ ଆରବିଆଇ ୫୦ ହଜାର କୋଟିର ସହାୟତା ଦେଇଛି । ନ୍ୟାସନାଲ ବ୍ୟାଙ୍କ ଫର ଏଗ୍ରିକଲଚର ଆଣ୍ଡ୍ ରୁରାଲ ଡେଭଲପମେଣ୍ଟକୁ ୨୫ ହଜାର କୋଟି, ସ୍ମଲ ଇଣ୍ଡଷ୍ଟ୍ରୀ ଡେଭଲପମେଣ୍ଟ୍ ବ୍ୟାଙ୍କ ଅଫ ଇଣ୍ଡିଆକୁ ୧୫ ହଜାର କୋଟି ଟଙ୍କା ଓ ନ୍ୟାସନାଲ ହାଉସିଂ ବ୍ୟାଙ୍କକୁ ୧୦ ହଜାର କୋଟିର ଅର୍ଥ ସହାୟତା ମିଳିବ ।