ଲକଡାଉନରେ ଶିବରାଜ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ, ମାସ୍କ ପିନ୍ଧି ଶପଥ ନେଲେ ମନ୍ତ୍ରୀ

1 min read

ଭୋପାଳ : କରୋନା ସଙ୍କଟ ଏବଂ ଲକଡାଉନ ମଧ୍ୟରେ ମଧ୍ୟପ୍ରଦେଶ କ୍ୟାବିନେଟର ଶପଥ ସମାରୋହ ଆୟୋଜିତ ହୋଇଛି । ପାଞ୍ଚ ଜଣ ବିଧାୟକ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଶପଥ ସମାରୋହରେ ସାମାଜିକ ଦୂରତା ପାଇଁ ବିଶେଷ ଧ୍ୟାନ ଦିଆଯାଇଥିଲା । ମାସ୍କ ପିନ୍ଧିଥିବା ବିଧାୟକମାନେ ଶପଥ ଗ୍ରହଣ କରି ଦୂରରୁ ପରସ୍ପରକୁ ଅଭିବାଦନ କରୁଥିବା ଦେଖାଯାଇଥିଲା । ରାଜଭବନରେ ଆୟୋଜିତ ଏହି ଶପଥ ସମାରୋହ ପାଇଁ କୌଣସି VVIPଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ ।

ଶିବରାଜ କ୍ୟାବିନେଟରେ ମନ୍ତ୍ରୀ ଭାବରେ ମଙ୍ଗଳବାର ଦିନ ନରୋତ୍ତମ ମିଶ୍ର, ଗୋବିନ୍ଦ ସିଂ ରାଜପୁତ, ମୀନା ସିଂ ରାଜପୁତ୍, ତୁଲସିରାମ ସିଲାଭାଟ ଏବଂ କମଲ ପଟେଲ ଶପଥ ଗ୍ରହଣ କରିଥିଲେ । ରାଜ ଭବନରେ ରାଜ୍ୟପାଳ ଲାଲଜୀ ଟଣ୍ଡନ୍ ସମସ୍ତ ନୂତନ ମନ୍ତ୍ରୀଙ୍କୁ ଶପଥ ପାଠ କରାଇଛନ୍ତି ।

କୁହାଯାଉଛି ଯେ ଦିଲ୍ଲୀରେ ଅମିତ ଶାହାଙ୍କ ଉପସ୍ଥିତିରେ କଂଗ୍ରେସରୁ ବିଜେପିରେ ଯୋଗଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଗୃହମନ୍ତ୍ରୀଙ୍କ ସହ ବୈଠକ ପରେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ନେଇ ଲିଷ୍ଟ ଫାଇନାଲ ହୋଇଥିଲା । ଏହିପରି ଭାବରେ ଶପଥ ଗ୍ରହଣ କରିବାର ପ୍ରାୟ ଏକ ମାସ ପରେ ଶିବରାଜ ସିଂ ଚୌହାନ କ୍ୟାବିନେଟକୁ ସମ୍ପ୍ରସାରିତ କରାଯାଇଛି । ମଧ୍ୟପ୍ରଦେଶ ବିଧାନସଭାରେ ମୋଟ ୨୩୦ଟି ଆସନ ରହିଛି । ସେହି ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ସମେତ ମୋଟ ୩୫ଜଣ ବିଧାୟକ ସରକାରରେ ମନ୍ତ୍ରୀ ହୋଇପାରିବେ।

ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ମଧ୍ୟ ଟାର୍ଗେଟ କରି କହିଛନ୍ତି ଯେ ମଧ୍ୟପ୍ରଦେଶ ହେଉଛି ଏକମାତ୍ର ରାଜ୍ୟ ଯିଏକି ସ୍ୱାସ୍ଥ୍ୟ ଓ ଗୃହମନ୍ତ୍ରୀଙ୍କ ବିନା କରୋନା ମହାମାରୀ ସହିତ ମୁକାବିଲା କରୁଛି। ସୂଚନା ଅନୁସାରେ, ଏପର୍ଯ୍ୟନ୍ତ ମଧ୍ୟପ୍ରଦେଶରେ ପ୍ରାୟ ୧୫୦୦ କରୋନା ମାମଲା ସାମ୍ନାକୁ ଆସିଥିବାବେଳେ ସେଥିମଧ୍ୟରୁ ୭୫ ଜଣଙ୍କର ମୃତ୍ୟୁ ହୋଇଛି । ଆଜି ଦାୟିତ୍ୱରେ ଥିବା ଏକ ପୋଲିସ ଷ୍ଟେସନର ଥାନା ପ୍ରଭାରୀଙ୍କ ମୃତ୍ୟୁ ହୋଇଛି। ମଧ୍ୟପ୍ରଦେଶର ଇନ୍ଦୋର ସହର କରୋନା ଦ୍ୱାରା ଅଧିକ ପ୍ରଭାବିତ ହୋଇଛି ।

Leave a Reply